ଓଡ଼ିଶା

ସୋନିଆଙ୍କୁ ଇଡି ଜେରା ପ୍ରତିବାଦରେ କନ୍ଧମାଳରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଫୁଲବାଣୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇଡ଼ିର ଜେରା ପ୍ରତିବାଦରେ କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଫୁଲବାଣୀଠାରେ ଜିଲ୍ଲା ସଭାପତି ଅନାମ ନାୟକଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଜେରା ତୁରନ୍ତ ପ୍ରତ୍ୟାହାର କରିବାକୁ ନେତା ଓ କର୍ମୀମାନେ ଦାବି କରିଥିଲେ l ନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କହିଥିଲେ ଜିଲ୍ଲା ସଭାପତି ଅନାମ ନାୟକ, କଂଗ୍ରେସ ନେତା ଅମୀର ଚାନ୍ଦ ନାୟକ, ଘନ ଶବର l ପରେ କୋର୍ଟ ଛକ ଦେଇ ଏସପି ଅଫିସ ଯାଇ ସେଠାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l

ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ବିଜୟ ମହାନ୍ତି, ପୀତାମ୍ବର ସାହୁ, ଯୁବ ନେତା ଗୌର ବେହେରା, ବଳଦେବ ବେହେରା, ଦୁର୍ଯ୍ୟୋଧନ ପଟ୍ଟନାୟକ, ନଗର ସଭାପତି ଶିବଶଙ୍କର ବେହେରା, ଛାତ୍ର କଂଗ୍ରସ ସଭାପତି ଅନୁପମ କହଁର ପ୍ରମୁଖଙ୍କ ସମେତ ବହୁ କର୍ମୀ ଓ ମହିଳା କଂଗ୍ରେସ ନେତ୍ରୀ ଉପସ୍ଥିତ ଥିଲେ l ବିକ୍ଷେlଭକୁ ଦୃଷ୍ଟିରେ ରଖି ଥାନା ଅଧିକାରୀ ସୁଶାନ୍ତ ସେଠୀଙ୍କ ସମେତ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ l

Related Articles

Back to top button
WP Twitter Auto Publish Powered By : XYZScripts.com