କ୍ରୀଡ଼ାଜାତୀୟ

ବିଶ୍ୱକପ୍ ଫାଇନାଲରେ ଚମତ୍କାର ପ୍ରଦର୍ଶନ

 ଭୁବନେଶ୍ୱର, ହରମନପ୍ରୀତ କୌର ଏବେ ଆଇସିସି ମହିଳା ବିଶ୍ୱକପ ଜିତିଥିବା ପ୍ରଥମ ଭାରତୀୟ ଅଧିନାୟିକା ହୋଇଛନ୍ତି।ହରମନପ୍ରୀତ ଇନଷ୍ଟାଗ୍ରାମରେ ଟ୍ରଫି ସହିତ ନିଜର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଏକ ଟି-ସାର୍ଟ ପିନ୍ଧିଛନ୍ତି ଯାହା ଉପରେ ଲେଖାଯାଇଛି, “Cricket is not just a gentleman’s game।”ଏହାର ଅର୍ଥ ହେଉଛି କ୍ରିକେଟ୍ ଆଉ କେବଳ “ଭଦ୍ରଲୋକ” କିମ୍ବା “ପୁରୁଷଙ୍କ ଖେଳ” ନୁହେଁ, ବରଂ ଏକ ମହିଳାଙ୍କ ଖେଳ ମଧ୍ୟ ।

ହାରମନଙ୍କ ଏହି ବାର୍ତ୍ତା ସ୍ପଷ୍ଟ ଥିଲା: ମହିଳା ଖେଳାଳିମାନେ ଏବେ ଏପରି ଏକ ସ୍ଥାନରେ ପହଞ୍ଚିଛନ୍ତି ଯେଉଁଠାରେ ସେମାନେ କ୍ରିକେଟରେ ସମାନ ସମ୍ମାନ ଏବଂ ସ୍ୱୀକୃତି ପାଇବାକୁ ଯୋଗ୍ୟ।

ଯାହାକୁ ନେଇ ଏବେ ପୁରା କ୍ରିକେଟ ଜଗତରେ ହଇଚଇ ସୃଷ୍ଟି ହୋଇଛି । ବର୍ଷ ବର୍ଷ ଧରି କ୍ରିକେଟକୁ ପୁରୁଷଙ୍କ ଖେଳ ଭାବରେ ଦେଖାଯାଉଥିଲା, କିନ୍ତୁ ଏବେ ଭାରତୀୟ ମହିଳା ଦଳ ପ୍ରମାଣ କରିଛି ଯେ ଏହା କେବଳ ପୁରୁଷଙ୍କ ପାଇଁ ନୁହେଁ, ବରଂ ମହିଳାଙ୍କ ପାଇଁ ମଧ୍ୟ ଏକ ଖେଳ।

ହରମନପ୍ରୀତଙ୍କ ଏହି ପୋଷ୍ଟରେ ଲକ୍ଷ ଲକ୍ଷ ଲାଇକ୍ ମିଳିବା ସହ ହଜାର ହଜାର ଲୋକ ତାଙ୍କ ଆତ୍ମବିଶ୍ୱାସ ଏବଂ ଦୃଷ୍ଟିକୋଣକୁ ପ୍ରଶଂସା କରି କମେଣ୍ଟ ଦେଇଛନ୍ତି।

Related Articles

Back to top button