ଅପରାଧଓଡ଼ିଶା

ନଗଦ ଟଙ୍କା ଓ ବହୁ ଜାଲ୍‌ କାଗଜପତ୍ର ଜବତ

 ଭୁବନେଶ୍ୱର , ଆୟକର ବିଭାଗ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଥିବା ଉତ୍କଳ ବିଲ୍‌ଡର୍ସର ୧୪ଟି ସ୍ଥାନରେ ଚଢ଼ଉ କରିଛି। ଚଢ଼ଉ ସମୟରେ କୋଟିଏରୁ ଅଧିକ ନଗଦ ଟଙ୍କା ଓ ବହୁ ଜାଲ୍‌ କାଗଜପତ୍ର ଜବତ କରାଯାଇଛି। ଯାହାକୁ ନେଇ ଆୟକର ବିଭାଗ ସଂସ୍ଥାର ମାଲିକ ସମତେ ଆକାଉଣ୍ଟାଣ୍ଟ୍‌ଙ୍କୁ ମାରାଥନ ଜେରା କରିଛି।

ବହୁଦିନ ହେବ ସଂସ୍ଥା ପକ୍ଷରୁ ଆୟକର ଫାଙ୍କି ହେଉଥିବା ଆୟକର ବିଭାଗ ଜାଣିବାକୁ ପାଇଥିଲା। ଯୋଜନା ମୁତାବକ ମଙ୍ଗଳବାର ସକାଳ ସମୟରେ ୧୪ଟି ଟିମ୍‌ର ୧୨୦ ଅଧିକାରୀ ଭୁବନେଶ୍ବରର ବରମୁଣ୍ଡା, ସହିଦନଗର, କଳ୍ପନା, ପଟିଆ ଅଦି ଅଞ୍ଚଳ ସମେତ ରାଜ୍ୟ ବାହାରେ ଏକକାଳୀନ ଚଢ଼ଉ କରିଥିଲେ।

ଚଢ଼ଉ ସମୟରେ ବିଭିନ୍ନ କାର୍ଯ୍ୟାଳୟରୁ ବସ୍ତା ବସ୍ତା ଜାଲ୍‌ କାଗଜପତ୍ର ଜବତ କରାଯାଇଥିଲା। କାଗଜପତ୍ରଗୁଡ଼ିକ ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ ସଂସ୍ଥା ଆୟକର ଫାଙ୍କିବା ପାଇଁ ଏହି ଜାଲି କାଗଜପତ୍ର ପ୍ରସ୍ତୁତ କରିଥିଲା।   ଏପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଚଢ଼ଉ ସମୟରେ ନଗଦ କୋଟିଏ ଟଙ୍କା ଜବତ କରାଯାଇଛି।

ଏମିତି କି ଅତି କମ୍‌ରେ ଚଢ଼ଉ ଆହୁରି ୩ଦିନ ଲାଗିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଚଢ଼ଉ ପରେ ଠକେଇ ଓ ନଗଦ ଟଙ୍କା ପରିମାଣ ବଢ଼ିବ ବୋଲି ସେ କହିଛନ୍ତି।

Related Articles

Back to top button