
ଭୁବନେଶ୍ୱର ,ଯାଜପୁର ସଦର ଥାନା ଖରସ୍ରୋତା ସେତୁ ଉପରେ ଉଡ଼ୁଛି ହଜାର ହଜାର ପୋକ।
ଭାଇରାଲ୍ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ପୋକ ସବୁ ଉଡୁଥିବା ରାସ୍ତାରେ ଯାଉଥିବା ଲୋକଙ୍କ ପରିସ୍ଥିତି ଅସହ୍ୟ ହୋଇପଡିଛି।
ସ୍ଥିତି ଏମିତି ହୋଇଛି କି, ବାଇକରେ ଆସୁଥିବା ଲୋକେ ତଳେ ପଡ଼ି ଯାଉଛନ୍ତି। କାର୍, ବସ୍, ଟ୍ରକ୍ ସବୁ ଅଟକି ଯାଉଛି।
ଯାଜପୁରରୁ ଭୁବନେଶ୍ୱରକୁ ସଂଯୋଗ କରୁଥିବା ଏହି ସେତୁ ଉପରେ ଏତେ ପରିମାଣର ପୋକ ଉଡ଼ି ଆସିଛନ୍ତି ଯେ ଯାଆସରେ ବ୍ୟାପକ ଅସୁବିଧା ସୃଷ୍ଟି ହୋଇଛି।
ସେପଟେ ଏତେ ପୋକ ଆସିଲେ କେଉଁଠୁ, କେମିତି ନିରାକରଣ କରାଯିବ ସେ ନେଇ କୌଣସି ପଦକ୍ଷେପ ନିଆଯାଇନି।




