
ଭୁବନେଶ୍ୱର,ବିହାରରେ ,ବିଜେପି ଅଧିକ ସିଟ୍ ପାଇବା ସତ୍ତ୍ବେ ନୀତୀଶ ପୁଣି ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।
ଏଥର ନିର୍ବାଚନରେ ଜେଡିୟୁଠୁ ଅଧିକ ଆସନ ପାଇ ବଡ଼ ଭାଇ ଭୂମିକା ନେଇଛି ସହଯୋଗୀ ବିଜେପି। ଜେଡିୟୁ ୮୫ ସିଟ୍ ପାଇଥିବା ବେଳେ ବିଜେପି ପାଇଛି ୮୯ଟି ସିଟ୍।
ଏଥର ସଂଖ୍ୟା ଥିବାରୁ ମୁଖ୍ୟମନ୍ତ୍ରୀ ପଦ ବିଜେପି ହାତକୁ ଆସିପାରେ ବୋଲି ଚର୍ଚ୍ଚା ହେଉଛି। ଯଦି ସେଭଳି ହୁଏ ତେବେ ନୀତିଶ କୁମାରଙ୍କ ଭାଗ୍ୟ କୁଆଡ଼େ ଯିବ….
ତାଙ୍କୁ ପୃଥକ ଦାୟିତ୍ୱ ଦିଆଯାଇପାରେ ବୋଲି ବିଭିନ୍ନ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ବିହାରରେ ଦୋ ଶହ ପାର କରିଛି ନୀତୀଶ-ମୋଦିଙ୍କ ଯୋଡ଼ି ।
ବିହାରୀ ଭୋଟରଙ୍କୁ ମନାଇବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଶ ସଫଳ ହେଲେ ଯେଉଁଥିପାଇଁ ଦଳ ଏକକ ସଂଖ୍ୟା ଗରିଷ୍ଠ ଦଳର ମାନ୍ୟତା ପାଇଛି।




