ଜାତୀୟସ୍ୱାସ୍ଥ୍ୟ

ସାଉଦି ଆରବର ମଦିନା ନିକଟରେ, ଭୟଙ୍କର ସଡ଼କ ଦୁର୍ଘଟଣା

 ଭୁବନେଶ୍ୱର ,ସାଉଦି ଆରବର ମଦିନା ନିକଟରେ, ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୪୨ ଭାରତୀୟଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି, ଯାହା ପ୍ରକାଶ କରିଛି ଯେ ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୧୮ ଜଣ ସଦସ୍ୟ ଅଛନ୍ତି। ମୃତକଙ୍କ ମଧ୍ୟରୁ ଅଧିକାଂଶ ହାଇଦ୍ରାବାଦର ବୋଲି ଜଣାପଡିଛି।

ଦୁର୍ଘଟଣା ସମୟରେ ସମସ୍ତ ଯାତ୍ରୀ ଶୋଇପଡ଼ିଥିଲେ। ଗୋଟିଏ ପଟେ ନିଆଁ ଲାଗିବା ବେଳେ, କେହି ଏବାବଦରେ ଜାଣି ପାରି ନଥିଲେ। ନିଆଁ ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ଗୋଟିଏ ପରିବାରର ୧୮ ଜଣଙ୍କୁ ମିଶାଇ୪୨ ଜଣଙ୍କର ମୃତ୍ଯୁ ହୋଇଛି।

 ଗତକାଲି ପ୍ରାୟ ଶାଢେ ଗୋଟାଏରେ ସମୟରେ ସାଉଦି ଆରବରେ ଏକ ଯାତ୍ରୀବାହୀ ବସ୍ ଏକ ଡିଜେଲ୍ ଟ୍ୟାଙ୍କର ସହିତ ଧକ୍କା ହେବା ଫଳରେ ଅତି କମରେ ୪୨ ଜଣ ଭାରତୀୟ ଉମରା ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି।

ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି, ଯେ ଏହି ତୀର୍ଥଯାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ହାଇଦ୍ରାବାଦର। କୁହାଯାଉଛି ଯେ ବସ୍‌ରେ ମୋଟ ୫୪ ଜଣ ତୀର୍ଥଯାତ୍ରୀ ଯାତ୍ରା କରିବାର ଥିଲା କିନ୍ତୁ ସେମାନଙ୍କ ମଧ୍ୟରୁ କିଛି ବସ୍‌ରେ ଚଢ଼ି ନଥିଲେ।ଏହି ୧୫ ଦିନର ଯାତ୍ରାରେ, ଗୋଟିଏ ସପ୍ତାହ ମକ୍କାରେ ଏବଂ ଗୋଟିଏ ସପ୍ତାହ ମଦିନାରେ ବିତାଏ, କିନ୍ତୁ କିଏ ଜାଣିଥିଲା ​​ଯେ ଏକ ସପ୍ତାହ ମକ୍କା ଯାତ୍ରା ପରେ, ତୀର୍ଥଯାତ୍ରୀମାନେ ମଦିନା ଦେଖିବାକୁ ପାଇବେ ନାହିଁ।ବସ୍‌ଟି ମକ୍କାରୁ ମଦିନା ଯାଉଥିଲା।

Related Articles

Back to top button