ଜାତୀୟରାଜନୀତି

ଝାଡଖଣ୍ଡ ରାଜନୀତିରେ ଏଣ୍ଟ୍ରି ମାରିବେ ଓଡିଆ ଝିଅ

ଝାଡଖଣ୍ଡ ରାଜନୀତିରେ ଏଣ୍ଟ୍ରି ମାରିବେ ଓଡିଆ ଝିଅ । ପ୍ରତ୍ୟେକ୍ଷ ରାଜନୀତି କରିବେ କଳ୍ପନା ସୋରେନ । କେବଳ ସେତିକି ନୁହେଁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଉତରାଧିକାରୀ ସାଜିବେ କଳ୍ପନା । କିନ୍ତୁ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନଙ୍କ ରାସ୍ତାରେ କଂଟା ସାଜିବେ କି ନା ନାହିଁ ତାକୁ ନେଇ ଜୋର ଧରିଛି ଚର୍ଚ୍ଚା । କାରଣ ସୋମବାର ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ୍)ର ସ୍ଥାପନା ଦିବସ ଅବସରରେ ସେ ରାଜନୈତିକ ଦୁନିଆରେ ପାଦ ଥାପିବେ କଳ୍ପନା ସୋରେନ । ଜମି ଦୁର୍ନୀତି ମାମଲାରେ ଝାରଖଣ୍ଡର ବିଦାୟୀ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ବାନ୍ଧିବା ଘଟଣାକୁ ପ୍ରାୟ ମାସେ ହୋଇ ଯାଇଥିବା ବେଳେ ଗତ ରାତିରେ ଏପରି ଘୋଷଣା କରିଛନ୍ତି ତାଙ୍କ ପତ୍ନୀ କଳ୍ପନା ।

ରବିବାର ସକାଳେ ଜେଲ୍‌ରେ ଥିବା ସ୍ୱାମୀଙ୍କୁ ସାକ୍ଷାତ କରିବା ପରେ ନିଜ ଶ୍ୱଶୁର ତଥା ଜେଏମଏମ୍‌ ସୁପ୍ରିମୋ ଶିବୁ ସୋରେନ ଓ ଶାଶୁଙ୍କ ଆର୍ଶୀବାଦ ନେଇଛନ୍ତି କଳ୍ପନା । ହାପରେ କଳ୍ପନା ହେମନ୍ତଙ୍କ ଢ ହ୍ୟାଣ୍ଡେଲରେ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି, ଝାଡଖଣ୍ଡବାସୀ ତଥା ଜେଏମଏମ୍‌ ପରିବାର ଓ ଅସଂଖ୍ୟ କାର୍ୟ୍ୟକର୍ତ୍ତାଙ୍କ ଦୀର୍ଘ ଦିନର ଦାବି ପରେ ମୁଁ ରାଜନୈତିକ ଜୀବନ ଆରମ୍ଭ କରିବାକୁ ଯାଉଛ । ଯେଉଁ ପର୍ୟ୍ୟନ୍ତ ହେମନ୍ତ ସୋରେନ ପୁଣି ଥରେ ଫେରି ନ ଆସିଛନ୍ତି ସେପର୍ୟ୍ୟନ୍ତ ତାଙ୍କ ସ୍ୱର ହୋଇ ଲୋକଙ୍କ ନିକଟକୁ ଯିବି। ସେଠାରେ ଲୋକଙ୍କ ମଧ୍ୟରେ ତାଙ୍କ ବିଚାରଧାରାକୁ ରଖିବି। ସାଧାରଣ ଲୋକଙ୍କ ସେବା ଜାରି ରଖିବି ବୋଲି କହିଛନ୍ତି କଳ୍ପନା ।

ଏଥିସହ ସେ କହିଛନ୍ତି, ଆପଙ୍କ ନିଜ ଭାଇ ତଥା ପୁଅ ହିସାବରେ ହେମନ୍ତଙ୍କୁ ଯେପରି ଭଲ ପାଇବା ଦେଇଛନ୍ତି, ତାଙ୍କ ଧର୍ମପତ୍ନୀ ହିସାବରେ ମୋତେ ବି ସେପରି ଭଲ ପାଇବେ ଦେବେ ବୋଲି ଆଶା କରୁଛି। ହେମନ୍ତ ସୋରେନ ଗିରଫ ହେବା ପରେ ପରେ କଳ୍ପନା ହିଁ ତାଙ୍କ ଉତ୍ତରାଧିକାରୀ ଭାବେ ପଦ ସମ୍ଭାଳିବେ ବୋଲି ଚର୍ଚ୍ଚା ହେଉଥିଲା। ମାତ୍ର ଏଥିରେ ପୂର୍ଣ୍ଣଚ୍ଛେଦ ପକାଇ ଚମ୍ପାଇ ସୋରେନଙ୍କୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ କରା ଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com