
ଭୁବନେଶ୍ୱର,୧୯ ନଭେମ୍ବର ୨୦୨୫ରେ ଆଜି ସୁନା ଦରରେ, ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି। ଗତକାଲି ଏହାର ମୂଲ୍ୟ ୧,୧୩,୩୫୦ ଟଙ୍କା ଥିଲା। ଏହି ଦରରେ ସେହି ୧୦ ଟଙ୍କା କମିଛି । ସୁନା ଓ ରୂପା ଦର ସବୁଦିନ ପରିବର୍ତ୍ତନ ହେଉଛି। କେବେ ଏହା କମୁଛି ତ କେବେ ବଢୁଛି। ତେବେ ଯେଉଁଦିନ ଆପଣ ସୁନା ଓ ରୂପା ଅଳଙ୍କାର କିଣିବାର ଯୋଜନା କରୁଛନ୍ତି, ସେହିଦିନ ଆପଣ ଏହାର ଦର ବିଷୟରେ ଅବଗତ ହୋଇ ଅଳଙ୍କାର ଦୋକାନକୁ ଯିବା ଉଚିତ୍, ନାହିଁ ତ ଆପଣ ହିଁ ଅସୁବିଧାରେ ପଡିପାରନ୍ତି।
ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧,୨୩,୬୫୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧,୧୩,୩୪୦ ଟଙ୍କା ରହିଛି। ମୁମ୍ବାଇ ସହରରେ ଆଜି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧,୨୩,୬୫୦ ଟଙ୍କା ରହିଛି।୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧,୧୩,୩୪୦ ଟଙ୍କା ରହିଛି। ରାଜଧାନୀ ଦିଲ୍ଲୀ ରେ, ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧,୨୩,୮୦୦ ଟଙ୍କା ରହିଛି। ଏଠାରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧,୧୩,୪୯୦ ଟଙ୍କା ରହିଛି।
ଚେନ୍ନାଇ ସହରରେ ,ଆଜି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧,୨୪,୩୬୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ଏଠାରେ ୧,୧୩,୯୯୦ ଟଙ୍କା ରହିଛି।ଆଜି କୋଲକାତାରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧,୨୩,୬୫୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ସୁନା ଦର ଏଠାରେ ୧୦ ଗ୍ରାମ ପିଛା ୧,୧୩,୩୪୦ ଟଙ୍କା ରହିଛି।ଆଜି ରୂପା ଦର କିଲୋଗ୍ରାମ ପିଛା ୧,୬୯,୯୦୦ ଟଙ୍କା ରହିଛି। ଗତକାଲି ରୂପା ଦର କିଲୋଗ୍ରାମ ପିଛା ୧,୭୦,୦୦୦ ଟଙ୍କା ଥିଲା। କିନ୍ତୁ ଆଜି ଏଥିରେ ୧୦୦ ଟଙ୍କା ହ୍ରାସ ଘଟିଛି।




