
ଭୁବନେଶ୍ୱର ,କେନ୍ଦ୍ର ସରକାର ୩ ନଭେମ୍ବର ୨୦୨୫ରେ ଅଷ୍ଟମ ବେତନ କମିଶନର ToRକୁ ଅଧିସୂଚିତ କରିଥିଲେ। ଜାନୁଆରୀ ୨୦୨୫ରେ କମିଶନର ଘୋଷଣା ପରେ, ସରକାର NC JCM ଷ୍ଟାଫ୍ ସାଇଡ୍ ଠାରୁ ମଧ୍ୟ ପରାମର୍ଶ ଲୋଡ଼ିଥିଲେ।
ମାର୍ଚ୍ଚ ୨୦୨୫ରେ, ପରିଷଦ ସରକାରଙ୍କୁ, ଏକ ବିସ୍ତୃତ ଚାର୍ଟ ପ୍ରଦାନ କରିଥିଲା, ଯେଉଁଥିରେ ପରିବର୍ତ୍ତନିତ ପେନସନର ପୁନଃସ୍ଥାପନ ଅବଧିକୁ ୧୫ ବର୍ଷରୁ ୧୧ ବର୍ଷକୁ ହ୍ରାସ କରିବା ପ୍ରମୁଖ ଦାବି ଅନ୍ତର୍ଭୁକ୍ତ ଥିଲା।
ଏନସି ଜେସିଏମ ଷ୍ଟାଫ୍ ସାଇଡ୍ ତାଙ୍କ ଚିଠିରେ ଉଲ୍ଲେଖ କରିଛି ଯେ, ଲକ୍ଷ ଲକ୍ଷ କର୍ମଚାରୀ ଅଷ୍ଟମ ବେତନ କମିଶନ ଅଧୀନରେ ପେନସନ ସମ୍ବନ୍ଧୀୟ ସହାୟତା ପାଇବାକୁ ଆଶା କରିଥିଲେ।
ପରିଷଦ କହିଛି ଯେ, ଏହି ସମସ୍ତ ପଦକ୍ଷେପ ବୃଦ୍ଧ ପେନସନଭୋଗୀଙ୍କ ଜୀବନରେ, ଆର୍ଥିକ ସ୍ଥିରତା ଏବଂ ମର୍ଯ୍ୟାଦା ସୁନିଶ୍ଚିତ କରିବ।
NPS କର୍ମଚାରୀଙ୍କ ପାଇଁ OPS ପୁନଃସ୍ଥାପନ ପାଇଁ ଦାବି ପତ୍ରରେ ପରିଷଦ କହିଛି ଯେ ଜାନୁଆରୀ ୧, ୨୦୦୪ କିମ୍ବା ତା’ପରେ ନିଯୁକ୍ତ ୨.୬ ନିୟୁତରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ନୂଆ ପେନସନ ବ୍ୟବସ୍ଥାରୁ ଓହରି ଯାଇ,ପୁରୁଣା ପେନସନ ଯୋଜନା ପୁନଃସ୍ଥାପନ କରିବାକୁ ଜୋରଦାର ଦାବି କରୁଛନ୍ତି।




