ଅନ୍ୟାନ୍ୟଓଡ଼ିଶା

ଆକ୍ରମଣରେ ଏକାଧିକ ଆହତ

 ଭୁବନେଶ୍ୱର, ହିଣ୍ଡଳ ଗାଁରେ,ରାଜନୈତିକ ଶତ୍ରୁତାରୁ, ଗୋଷ୍ଠୀ ସଂଘର୍ଷ ହୋଇଛି । ଏଥିରେ ଉଭୟ ଗୋଷ୍ଠୀର ୪ ରୁ ଅଧିକ ଆହତ ହୋଇଛନ୍ତି ।
ସୂଚନା ମୁତାବକ, ଗତ ସାଧାରଣ ନିର୍ବାଚନ ଠାରୁ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଗତକାଲି ଏହା ଉଗ୍ରରୂପ ନେଇଥିଲା ।

ପରସ୍ପର ଉପରକୁ ଉଭୟ ଗୋଷ୍ଠୀର ଲୋକେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ୪ରୁ ଅଧିକ ଆହତ ହୋଇଛନ୍ତି।
ସମସ୍ତଙ୍କୁ କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଆସିକା ଉପଖଣ୍ଡ ଚିକିତ୍ସାଳୟୟରେ ଭର୍ତ୍ତି କରାଯାଇଛି ।

ଏନେଇ କବିସୂର୍ଯ୍ୟନଗର ଥାନାରେ ମାମଲା ହୋଇଥିବା ବେଳେ ପୋଲିସ ପୂରା ମାମଲାର ତଦନ୍ତ ଜାରି ରଖିଛି । ତେବେ ପୋଲିସର ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Related Articles

Back to top button