ଅନ୍ୟାନ୍ୟମୌସୁମୀ

ବଙ୍ଗୋପସାଗରରେ ଆସୁଛି ବାତ୍ୟା

ଭୁବନେଶ୍ୱର,ଚଳିତ ମାସରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଭାରତୀୟ ପାଣିପାଗ ବିଭାଗ ପୁଣି ବାତ୍ୟା ଆକଳନ କରିବା ପରେ ଭୟ ବଢ଼ିଛି।ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ପଡ଼ିନପାରେ।

ମାଲାକ୍କା ସମୁଦ୍ର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ଗତକାଲି ୱେଲମାର୍କଡ୍ ଲୋପ୍ରେସରରେ ପରିଣତ ହୋଇଥିବା ବେଳେ ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ।

ପରବର୍ତ୍ତୀ ୪୮ ଘଣ୍ଟାରେ ଅଧିକ ଘନୀଭୂତ ହେବ। ତେବେ ସାଇକ୍ଲୋନର ଗତିପଥ ଓ ପ୍ରଭାବ ନେଇ କୌଣସି ଆକଳନ କରିନି ପାଣିପାଗ ବିଭାଗ।

ସମ୍ଭାବ୍ୟ ବାତ୍ୟା ତାମିଲନାଡୁ କିମ୍ବା ଦକ୍ଷିଣ ଆନ୍ଧ୍ର ଉପକୂଳକୁ ହିଟ୍ କରିପାରେ। ୨୬-୨୭ ତାରିଖ ବେଳକୁ ଚିତ୍ରରେ ସ୍ପଷ୍ଟତା ଆସିପାରେ।

କାଲିଠୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପବନର ବେଗ ବଢିବ। ୨୬ ସକାଳୁ ୬୦ରୁ ୭୦ କିଲୋମିଟର ଓ ସର୍ବାଧିକ ୮୦ କିମି ଏବଂ ୨୭ ସକାଳୁ ୧୦୦ କିମି ରହିପାରେ ପବନ ବେଗ।

Related Articles

Back to top button