
ଭୁବନେଶ୍ୱର ,ନୂଆ ସିଜେଆଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।ଆଜି ଭାରତର ନୂଆ ସିଜେଆଇ ଭାବରେ ଶପଥ ନେବେ ଜଷ୍ଟିସ ସୂର୍ଯ୍ୟକାନ୍ତ। ଏହା ପୂର୍ବରୁ ସିଜେଆଇ ବିଆର ଗବାଇଙ୍କ କାର୍ଯ୍ୟକାଳ ଶେଷ ହୋଇଛି ।
ରାଷ୍ଟ୍ରପତି ଭବନରେ ହେବାକୁ ଥିବା ଶପଥ ଗ୍ରହଣ ସମାରୋହ ଏଥର ଭିନ୍ନ ହେବ। ଉତ୍ସବରେ ୬ଟି ଦେଶର ପ୍ରଧାନ ବିଚାରପତି, ଜଜ୍ ଏବଂ ସେମାନଙ୍କ ପରିବାର ସଦସ୍ୟ ସାମିଲ ହେବେ। ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଶପଥ ଗ୍ରହଣ ଉତ୍ସବରେ ୬ଟି ଦେଶର ପ୍ରଧାନ ବିଚାରପତି ଏବଂ ବିଚାରପତିମାନେ ଉପସ୍ଥିତ ରହିବେ। ଏଭଳି ଦୃଶ୍ୟ ପ୍ରଥମ ଥର ଲାଗି ଦେଖିବାକୁ ମିଳିବ।
୧୦ ଫେବୃଆରୀ, ୧୯୬୨ରେ ହରିୟାଣାର ହିସାର ଜିଲ୍ଲାର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ ସୂର୍ଯ୍ୟକାନ୍ତ। ୨୪ ମେ ୨୦୧୯ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ।




