ଅନ୍ୟାନ୍ୟଜୀବନଶୈଳୀ

ରାମ ମନ୍ଦିର ପାଇଁ ବ୍ଯବସାୟ ମଧ୍ୟ ବଢିଛି

ଭୁବନେଶ୍ୱର, ପ୍ରତିଦିନ ଅଯୋଧ୍ୟାକୁ,ହଜାର ହଜାର ଭକ୍ତ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ଆସୁଛନ୍ତି।ଅଯୋଧ୍ୟାରେ ହେଉଥିବା ବାର୍ଷିକ ଦାନ ଅନୁସାରେ ଏହି ମନ୍ଦିର ତୃତୀୟ ନମ୍ବରରେ ରହିଛି। ଏଠାରେ ଗତ ଗୋଟିଏ ବର୍ଷ ମଧ୍ୟରେ ୭୦୦ କୋଟି ଟଙ୍କା ଦାନ କରାଯାଇଛି।  ଦିନକୁ ୧ କୋଟି ୯୧ ଲକ୍ଷରୁ ଅଧିକ ଟଙ୍କା ଆୟ ହୋଇଥାଏ। ବର୍ତ୍ତମାନ ପ୍ରତିବର୍ଷ ଏଠାରେ ପର୍ଯ୍ଯଟକଙ୍କ ସଂଖ୍ଯା ବଢିବ ବୋଲି ଅନୁମାନ କରାଯାଉଛି।

ଆଉ ଭକ୍ତମାନେ ଦାନ କରୁଥିବା ଟଙ୍କା ଏବେ ସବୁ ରେକର୍ଡ ଭାଙ୍ଗିବାରେ ଲାଗିଛି। ମନ୍ଦିରରେ ଗୋଟିଏ ବର୍ଷରେ, ଦାନରୁ ସଂଗ୍ରହ କରାଯାଉଥିବା ଟଙ୍କାର ମୁଲ୍ଯ ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ।ରାମ ମନ୍ଦିର କେବଳ ଧାର୍ମିକ ନୁହେଁ ବରଂ ଆର୍ଥିକ ଦୃଷ୍ଟିରୁ ମଧ୍ୟ ଉତ୍ତର ପ୍ରଦେଶକୁ ପରିବର୍ତ୍ତନ କରୁଛି। ସହରରେ ନିଯୁକ୍ତି ଦ୍ରୁତ ଗତିରେ ବୃଦ୍ଧି ପାଇଛି। ହୋଟେଲ, ଅତିଥି ଗୃହ ଏବଂ ହୋମଷ୍ଟେର ଚାହିଦା ବହୁଳ ମାତ୍ରାରେ ବଢିଛି।ବର୍ତ୍ତମାନ, ଅଯୋଧ୍ୟାରେ ହୋମଷ୍ଟେ ଗୁଡ଼ିକ ପ୍ରତି ମାସରେ ଦୁଇ ଲକ୍ଷ ଟଙ୍କା ପର୍ଯ୍ଯନ୍ତ ରୋଜଗାର କରୁଛନ୍ତି। ସହରରେ ୧,୧୦୦ ରୁ ଅଧିକ ହୋମଷ୍ଟେ ପଞ୍ଜିକୃତ ହୋଇଛି ଏବଂ ସେମାନଙ୍କର ବୁକିଂ ପ୍ରାୟ ସବୁବେଳେ ଫିଲଅପ ରହିଥାଏ।

ଅଯୋଧ୍ୟାରେ ଉନ୍ନତ ସଂଯୋଗୀକରଣ ସେଠାରେ ପର୍ଯ୍ୟଟନକୁ ବୃଦ୍ଧି କରିଛି। ବନ୍ଦେ ଭାରତ ଏକ୍ସପ୍ରେସ ସମେତ ଅନେକ ନୂତନ ଟ୍ରେନ୍ ପ୍ରଚଳନ ଯାତ୍ରାକୁ ସହଜ କରିଛି। ପ୍ରଶସ୍ତ ଏବଂ ଦ୍ରୁତ ସଡ଼କ ସଂଯୋଗୀକରଣ ଉତ୍ତର ଭାରତର ଅନେକ ରାଜ୍ୟରୁ ଯୋଗାଯୋଗକୁ ସହଜ କରିଛି।

Related Articles

Back to top button