ଅନ୍ୟାନ୍ୟସ୍ୱାସ୍ଥ୍ୟ

ଦିଲ୍ଲୀରେ ବଢୁଛି ପ୍ରଦୂଷଣର ମାତ୍ରା

 ଭୁବନେଶ୍ୱର ,ଦିଲ୍ଲୀ ସରକାର  ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।ଦିଲ୍ଲୀରେ ବାୟୁ ପ୍ରଦୂଷଣ ପରିସ୍ଥିତିକୁ ଅତ୍ଯନ୍ତ ଖରାପ କରିଦେଇଛି। ଏନେଇ ସରକାର ଦିଲ୍ଲୀରେ ପ୍ରାୟ ସମସ୍ତ କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ କରିବା ପାଇଁ କହିଛନ୍ତି।ଦିଲ୍ଲୀ ସରକାର ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟରେ 50 ପ୍ରତିଶତ କର୍ମଚାରୀଙ୍କ ପାଇଁ ଘରୁ କାମ କରିବା ବାଧ୍ୟତାମୂଳକ କରିଛନ୍ତି।ମାତ୍ର ଏମିତି କିଛି କର୍ମଚାରୀ ଅଛନ୍ତି ଯଦି ସେମାନେ ଘରୁ କାମ କରନ୍ତି ତେବେ ତାହା ଜନସାଧାରଣଙ୍କ ପାଇଁ ଅସୁବିଧା ସୃଷ୍ଟି କରିବା ଅଥବା କିଛି କାମ ୱାର୍କ ଫ୍ରମ ହୋମ କରିବା ସମ୍ଭବ ନୁହେଁ….

ପରିବେଶ ବିଭାଗ, ନିର୍ଦ୍ଦେଶ ଜାରି କରି କହିଛି ଯେ, ରାଜଧାନୀରେ କ୍ରମାଗତ ଭାବରେ ବଢ଼ୁଥିବା AQI ଯୋଗୁଁ ଏହି ନିୟମ ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି କହିଛି।ସମ୍ଭବ ହେଲେ କାର୍ଯ୍ୟାଳୟ ସମୟ ପରିବର୍ତ୍ତନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶଗୁଡ଼ିକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଡେପୁଟି ପୋଲିସ କମିଶନର (ଡିସିପି)ଙ୍କୁ ଦାୟିତ୍ୱ ଦିଆଯାଇଛି। ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ….

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ, ଦିଲ୍ଲୀର AQI ଲଗାତାର ୧୧ ଦିନ ଧରି ଅତ୍ୟନ୍ତ ଖରାପ ସ୍ତରକୁ ଗତି କରିଛି। ନଭେମ୍ବର ୨୪ ତାରିଖରେ, ଦିଲ୍ଲୀର AQI ୩୮୨ ରେକର୍ଡ କରାଯାଇଥିଲା, ଅନେକ ମନିଟରିଂ ଷ୍ଟେସନରେ ୪୦୦ ଉପରେ AQI ରେକର୍ଡ କରାଯାଇଥିଲା।

Related Articles

Back to top button