ଭୁବନେଶ୍ୱର,ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତରେ ରହିଛି ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ । ଏଠାରେ ପ୍ରାୟ ଓଡ଼ିଆ ଲୋକେ ଦୀଘା ଉପରେ ନିର୍ଭର କରନ୍ତି । ସେଇଠି ବ୍ୟବସାୟ କରି ଗୁଜୁରାଣ ମେଣ୍ଟାନ୍ତି । ଜଗନ୍ନାଥ ମନ୍ଦିର ନିକଟରେ ବି କିଛି ଓଡ଼ିଆ ଦୋକାନ କରିଛନ୍ତି ।
ତେଣୁ ଓଡ଼ିଆମାନଙ୍କୁ ନାଲି ଆଖି ଦେଖାଯାଉଛି । ମମତା ଦିଦିଙ୍କ ଭାଙ୍ଗୁନି ନିଦ । ମମତା ଦିଦିଙ୍କ ଗଡ଼ରେ ଦାଦାଗିରି ଚାଲିଛି ।କିଛି ବ୍ୟବସାୟୀ ମାନଙ୍କୁ ତମେ ଓଡ଼ିଶା ଲୋକ ଓ ବିହାରୀ କହି ସେମାନଙ୍କ ଦୋକାନ ଗୁଡିକୁ ଉଠାଇ ଦେଇଛନ୍ତି ।
ଯାହାକୁ ନେଇ ରାଜ୍ୟର ସୀମାନ୍ତ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି । ତେଣୁ ଓଡ଼ିଆ ଲୋକ ଏହାକୁ ପ୍ରତିବାଦ କରି ଭୋଗରାଇ ବ୍ଲକ ଚନ୍ଦନେଶ୍ୱରରେ ଥିବା ବଙ୍ଗାଳି ଦୋକାନୀ ଗୁଡିକୁ ୩ ଦିନ ମଧ୍ୟରେ ଚନ୍ଦନେଶ୍ୱର ଛାଡିବାକୁ ଚେତାବନୀ ଦେଇଛନ୍ତି ।
ତା’ ଛଡ଼ା ଆଗକୁ ପଶ୍ଚିମବଙ୍ଗକୁ ଯାଉଥିବା ଲଘୁଖଣିଜ ସମ୍ପଦକୁ ମଧ୍ୟ ବନ୍ଦ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ଏନେଇ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ କହିଛନ୍ତି, ସରକାରୀ ଜାଗାରୁ ଉଚ୍ଛେଦ ହେଉଛି । ଏହି ଘଟଣାରେ ପଶ୍ଚିମବଙ୍ଗ ସରାକର ଚୁପ୍ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।




