ଅନ୍ୟାନ୍ୟମନୋରଞ୍ଜନ

ନିର୍ଦ୍ଦେଶକ ଜିତୁ ରାଉତ ଅଭିଯୋଗ କରିଛନ୍ତି।

ଭୁବନେଶ୍ୱର ,ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଶେଷ ଷ୍ଟେଜ୍ ସୋ’। ୯ ତାରିଖ ରାତିରେ ହ୍ୟୁମାନ ଭୁବନେଶ୍ବର ଏକ ଷ୍ଟାର୍ ହୋଟେଲରେ ଗାଇଥିଲେ ନିଜ ମାଆଙ୍କ ପାଇଁ ଗୀତ। ଏଠି ବି ହ୍ୟୁମାନଙ୍କୁ ଦେଖିଲେ ଯେ କେହି ବି କହିପାରିବେ କି ସବୁ କିଛି ଠିକ୍ ନଥିଲା।

ନା ହ୍ୟୁମାନ ସୁସ୍ଥ ଦେଖାଯାଉଥିଲେ, ନା ଗୀତ ଭଲରେ ଗାଇ ପାରୁଥିଲେ।  ହ୍ୟୁମାନଙ୍କ voice ସମ୍ପୂର୍ଣ୍ଣ ବଦଳି ସାରିଥିଲା। ଯେମିତି ସେ ପୂର୍ବରୁ ଗୀତ ଗାଉଥିଲେ ସେମିତି ନଥିଲା। କହିବାକୁ ଗଲେ, ସବୁ କିଛି ଠିକ୍ ନଥିଲା। ତଥାପି ଷ୍ଟେଜ୍ ରେ ଗୀତ ଗାଉଥିଲେ।

ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ଜିତୁ ରାଉତ, କଟକ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିରେ ହ୍ୟୁମାନଙ୍କ ଆର୍ଥିକ କାରବାର, ଚିକିତ୍ସା ଓ ସେବାରେ ଅବହେଳା ସଂପର୍କରେ ଉଚ୍ଚସ୍ତରୀୟ ତଦନ୍ତ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ହ୍ୟୁମାନ ରୋଜଗାର କରିଥିବା ବିପୁଳ ଟଙ୍କା ହେରଫେର ହୋଇଛି ବୋଲି ଅଭିଯୋଗ ହୋଇଛି। ମ୍ୟାନେଜର ଓ ପୁରା ଟିମ ବ୍ୟକ୍ତିଗତ ସ୍ବାର୍ଥ ହାସଲ କରିଛନ୍ତି ବୋଲି ଅଭିଯୋଗ ଉଠିଛି।

Related Articles

Back to top button