
ଭୁବନେଶ୍ୱର ,କମିଲା ଏଲପିଜି ସିଲିଣ୍ତର ଦର। ଏହି ଖବର ବ୍ୟବସାୟୀମାନଙ୍କୁ, ବିଶେଷକରି ଆଶ୍ବସ୍ତି ଦେଇଛି।
ଆଜିଠୁ ଦେଶବ୍ୟାପି ନୂଆ ଦର ଲାଗୁ ହୋଇଛି। କମ୍ପାନୀ ଗୁଡିକ ୧୯ କେଜି , L P Gକମର୍ସିଆଲ୍ ଗ୍ୟାସ୍ ସିଲିଣ୍ତର ମୂଲ୍ୟ ୧୦ ଟଙ୍କା ହ୍ରାସ କରିଛନ୍ତି।
ଏବେ ଏହି ସିଲିଣ୍ତରକୁ ଗ୍ରାହକ ମାତ୍ର ୧୫୮୦.୫୦ ଟଙ୍କା ଦେଇ କିଣିପାରିବେ। କର୍ମରସିଆଲ୍ L P G ଦରରେ ପରିବର୍ତ୍ତନ ହୋଇଥିବା ବେଳେ, ଘରୋଇ ରନ୍ଧନ ପାଇଁ ବ୍ୟବହାର ହେଉଥିବା ଏଲପିଜି ଦର ଅପରିବର୍ତ୍ତିତ ରହିଛି।
ମୁମ୍ବାଇରେ ୧୫୩୧.୫୦ ଟଙ୍କା, କୋଲକାତାରେ ୧୬୮୪.୦୦ ଟଙ୍କା ହୋଇଛି। ଅନ୍ୟପଟେ, ଚେନ୍ନାଇରେ ସମାନ ସିଲିଣ୍ଡରର ଦର ୧୭୩୯.୫୦ ଟଙ୍କା ହୋଇଛି।
ଏହି ନୂଆ ଦର ଆଜିଠୁ ଲାଗୁ ହୋଇଛି ।




