
ଭୁବନେଶ୍ୱର ,ଦିଲ୍ଲୀ ପୋଲିସର ମେଟ୍ରୋ ୟୁନିଟ୍ ମୁଖ୍ୟ ମହିଳା ଅଭିଯୁକ୍ତ ସମେତ ପାଞ୍ଚ ଜଣଙ୍କୁ ଗିରଫ କରିଛି। ଅପହୃତ ଶିଶୁକୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି ଏବଂ ତାଙ୍କ ମା ଏବଂ ପରିବାରକୁ ଫେରାଇ ଦିଆଯାଇଛି।ଦେଢ଼ ମାସର ଶିଶୁର ଅପହରଣ ଏବଂ ଚାଲାଣ ମାମଲାରେ,ଘଟଣା ୪ ଜୁନ୍, ୨୦୨୫ ରେ ଘଟିଥିଲା।
ସୁଯୋଗର ଫାଇଦା ଉଠାଇ ଜଣେ ମହିଳା ସୀଲମପୁର ମେଟ୍ରୋ ଷ୍ଟେସନରେ, ନବଜାତ ଶିଶୁକୁ ତାଙ୍କ ମାଆଙ୍କଠାରୁ ଚୋରି କରି ନେଇଯାଇଥିଲେ। ପୀଡିତାଙ୍କ ଅଭିଯୋଗ ଆଧାରରେ ଶାସ୍ତ୍ରୀ ପାର୍କ ମେଟ୍ରୋ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଥିଲା, କିନ୍ତୁ ବହୁ ପ୍ରୟାସ ସତ୍ତ୍ୱେ, ଅଭିଯୁକ୍ତ କିମ୍ବା ଶିଶୁର କୌଣସି ସନ୍ଧାନ ମିଳିଲା ନାହିଁ।
ପରେ ମାମଲାଟି ମେଟ୍ରୋକୁ ହସ୍ତାନ୍ତର କରାଯାଇଥିଲା। ଶେଷରେ ଦିଲ୍ଲୀ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଶିଶୁଟିକୁ ଶିଶୁ କଲ୍ୟାଣ କମିଟି ସମ୍ମୁଖରେ, ହାଜର କରାଯାଇଥିଲା ଏବଂ ଆଇନଗତ ପ୍ରକ୍ରିୟା ପରେ, ତାକୁ ତାଙ୍କ ମା’ ଏବଂ ପରିବାରକୁ ଫେରାଇ ଦିଆଯାଇଥିଲା। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ, ହାଜର କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା।



