ଜାତୀୟସ୍ୱାସ୍ଥ୍ୟ

ଅଗ୍ନିଶମ ଟିମ୍ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି

ଭୁବନେଶ୍ୱର ,ଗୋଆ ଆରପୋରାର ସ୍ଥିତ ରୋମିଓ ଲେନ୍ ରେ ଥିବା ବ୍ରିଚ୍ ନାଇଟ୍ କ୍ଲବରେ ନିଆଁ ଲାଗି ଯାଇଛି। ଆଖି ଆଗରେ ହୁ ହୁ ହେଇ ଜଳିଯାଇଛି ପୁରା ନାଇଟ୍ କ୍ଲବ୍।

ଗତକାଲି ନାଇଟ୍ କ୍ଲବରେ ସ୍ବତନ୍ତ୍ର ଡିଜେ ନାଇଟ୍ ଥିଲା। ରାତି ୧୧ଟାରୁ ୧୨ଟା ଭିତରେ ହଠାତ୍ ବିସ୍ଫୋରଣ ଘଟି ହୁତୁ ହୁତୁ ହେଇ ଜଳିଥିଲା ସମ୍ପୂର୍ଣ୍ଣ ଅଞ୍ଚଳ।

ଅନୁମାନ କରାଯାଉଛି କି ଗ୍ୟାସ୍  ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳକୁ ରାତିରେ ହିଁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ।

ଏଥିରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି।

ମୃତକଙ୍କ ମଧ୍ୟରେ ୧୮ରୁ ୧୯ ଜଣ କର୍ମଚାରୀ ଥିବା ଜଣାପଡ଼ିଛି।

୪ ପର୍ଯ୍ୟଟକ ବି ଏହି ଅଘଟଣରେ ପ୍ରାଣ ହରାଇବା ସହ ଗୁରୁତର ଭାବେ ଆହତ ହୋଇଛନ୍ତି।

Related Articles

Back to top button