
ଭୁବନେଶ୍ୱର ,କଙ୍ଗନା ରାଣାୱତ ସୋସିଆଲ ମିଡିଆରେ ନୃତ୍ୟ ଅଭ୍ୟାସର ଫଟୋ, ସେୟାର କରିଥିଲେ। ଏଥିରେ ନବୀନ ଜିନ୍ଦଲ, ମହୁଆ ମୋଇତ୍ରା ଏବଂ ସୁପ୍ରିୟା ସୁଲେଙ୍କ ସହ ନୃତ୍ୟ ଅଭ୍ୟାସ କରୁଥିବାର ଦେଖାଯାଇଥିଲା। କଙ୍ଗନା ପୋଷ୍ଟର କ୍ୟାପସନରେ ଲେଖିଥିଲେ, “ସାଥି ସାଂସଦଙ୍କ ସହିତ ଏକ ଫିଲ୍ମି ମୁହୂର୍ତ୍ତ।”ଗୋଟିଏ ମଞ୍ଚରେ ଏକାଠି ନାଚିଲେ ବିଜେପି ସାଂସଦ କଙ୍ଗନା ରାଣାୱତ, ଟିଏମସି ସାଂସଦ ମହୁଆ ମୋଇତ୍ରା ଏବଂ ଏନସିପି ସାଂସଦ ସୁପ୍ରିୟା ସୁଲେ। ରାଜନୀତିରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଥିବା ଏହି ସାଂସଦ ମାନଙ୍କୁ ଶିଳ୍ପପତି ତଥା ସାଂସଦ ନବୀନ ଜିନ୍ଦଲଙ୍କ ଝିଅଙ୍କ ବିବାହରେ, ଏକାଠି ନାଚୁଥିବାର ଦେଖିବାକୁ ମିଳିଥିଲା। ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି।ପ୍ରଥମ ଥର ଯେତେବେଳେ ଏହି ତିନି ରାଜନେତାଙ୍କୁ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଏହିପରି ଭାବରେ ନାଚିବାର ଦେଖାଯାଇଛି। ଏହି ନୃତ୍ୟ ପ୍ରଦର୍ଶନ ସୋସିଆଲ ମିଡିଆରେ ବ୍ୟାପକ ଦୃଷ୍ଟି ଆକର୍ଷଣ କରିଛି।



