
ଭୁବନେଶ୍ୱର ,ଗତକାଲି ବିଳମ୍ବିତ ରାତିରେ ବାଲିଅନ୍ତା ବଜାରରେ, ନିଆଁ ଲାଗି ଗୋଟିଏ ଘର , ମକା ଦୋକାନ ଓ ଚା ଦୋକାନ , ଜଳିଯାଇଛି । ସେହିପରି କାର , ୪୦୭ ଟ୍ରକ , ଅଟୋ ଏବଂପିକପ ଭ୍ୟାନ , ପାସେଞ୍ଜର ଅଟୋ ନିଆଁ ଲାଗି ପୋଡ଼ି ଯାଇଛି । ଖବର ପାଇ ବାଲିଅନ୍ତା ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲା | ନିଆଁ କିପରି ଲାଗିଲା, ତାହା ଜଣାପଡ଼ିନାହିଁ। ସନ୍ଦେହରେ ପୁଲିସ ଜଣେ ମହିଳାଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ଜଣା ପଡିଛି । ଅଗ୍ନିକାଣ୍ଡରେ, ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ପାଉଁଶ ହୋଇ ଯାଇଥିବା ଜଣା ପଡିଛି।
ବାଲିଅନ୍ତା ଥାନା ଅଧିକାରୀ ଅନିଲ ପରିଡ଼ାଙ୍କ ସୂଚନା ଅନୁସାରେ, ଅଟକ ଥିବା ମହିଳା ଜଣଙ୍କ ସ୍ଥାନୀୟ ଅଞ୍ଚଳର। ପାରିବାରିକ କାରଣରୁ ସେ ମାନସିକ ବିକାରଗ୍ରସ୍ତ ଅଛନ୍ତି। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ୧୦ ଜଣ ଯୁବକ ଗାଡ଼ିରେ ନିଆଁ ଲଗାଉଥିବା ସେ ଦେଖିଛନ୍ତି ।
ପରିବା ବ୍ୟବସାୟ କରିବା ପାଇଁ ସେ ରାତ୍ରିରେ ଯାଉଥିବା ବେଳେ ପ୍ରାୟ ୧୦ ଜଣ ଯୁବକ ଗାଡ଼ିରେ ନିଆଁ ଲଗାଉଥିବା ସେ ଦାବି କରିଛନ୍ତି ।ପ୍ରତ୍ୟକ୍ଷଦର୍ଶୀଙ୍କ ଏଭଳି ବୟାନକୁ ନେଇ ଅଂଚଳରେ ଚର୍ଚ୍ଚା ଚାଲିଛି ।




