ଅନ୍ତର୍ଜାତୀୟଅନ୍ୟାନ୍ୟ

୨୧ ହଜାର ଫୁଟ ଉଚ୍ଚରେ ଉଡାଇଲେ ତ୍ରିରଙ୍ଗା ।

ଭୁବନେଶ୍ୱର,ଦୃଢ ଇଚ୍ଛାଶକ୍ତି ଆଗରେ ,ହାର୍‌ ମାନିଲା ସବୁ ପ୍ରତିବନ୍ଧକ । ନାଁ ରଖିଲେ ଓଡ଼ିଆ ଝିଅ । ଗୋରିଚେନ୍‌ ଶିଖରରେ ହୀରାଙ୍କ ସଫଳତାର ଯାତ୍ରାକୁ ନେଇ ସାରା ଅଞ୍ଚଳରେ ଖୁସିର ଲହରୀ । ଚାରିଆଡୁ ଛୁଟିଛି ପ୍ରଶଂସା ।ସମୁଦ୍ର ପତ୍ତନରୁ ପ୍ରାୟ ୨୧ ହଜାର ଫୁଟ ଉଚ୍ଚରେ ଉଡାଇଲେ ତ୍ରିରଙ୍ଗା । ହିମାଳୟ ପର୍ବତମାଳାର ଗୋରିଚେନ୍ ଶୃଙ୍ଗ ଆରୋହଣ କରି, ନିଜ ଜିଲ୍ଲା ତଥା ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି ମହିଳା କ୍ୟାଡେଟ୍ ହୀରା ସିସା ।ବିକ୍ରମଦେବ ବିଶ୍ଵବିଦ୍ୟାଳୟର ଯୁକ୍ତ ୩ ଇଂରାଜୀ ବିଭାଗର ଦ୍ଵିତୀୟ ବର୍ଷ ଛାତ୍ରୀ ହୀରା । ତାଙ୍କ ଘର ଲମତାପୁଟ ବ୍ଳକ ଗୁନେଇପଡ଼ାରେ ।ବାପା ସମାରା ସିସା ଜଣେ ଚାଷୀ, ମାଆ ଜଣେ ଗୃହିଣୀ  ।  ଗର୍ଲସ୍‌ ଏନ୍‌ସିସିରେ ଯୋଗଦେବା ପରେ ତାଙ୍କୁ ମାଉଣ୍ଟେନିୟରିଂ କୋର୍ସ ପାଇଁ ଚୟନ କରାଯାଇଥିଲା ।(ନିମାସ୍‌)ରେ ତାଲିମ ଲାଗି  N C C ପକ୍ଷରୁ ପଠାଯାଇଥିଲା । ସେଠି ୨୫ ଦିନ ଧରି ବେସିକ୍ ମାଉଣ୍ଟେନିୟରିଂ କୋର୍ସ ଶିକ୍ଷା ଦିଆଯାଇଥିଲା । ଏଥିରେ ହୀରାଙ୍କ ସମେତ ଦେଶର ବିଭିନ୍ନ ସ୍ଥାନରୁ ୭୫ ଜଣ ଟ୍ରେନିଂ ନେଇଥିଲେ । ଏହାପରେ ତଓ୍ବାଙ୍ଗ ଜିଲ୍ଲାରେ ଥିବା ହିମାଳୟର, ଗୋରିଚେନ୍ ଶିଖର ଅଭିଯାନ ଆରମ୍ଭ ହୋଇଥିଲା । ସେଥିରେ କୋରାପୁଟ ଝିଅ ହୀରା ୨୧ ହଜାର ଫୁଟ୍ ଉଚ୍ଚତାର ଗୋରିଚେନ୍ ଶୃଙ୍ଗ ଆରୋହଣ କରି ଉଡାଇଛନ୍ତି, ତ୍ରିରଙ୍ଗା ।ବିକ୍ରମଦେବ ବିଶ୍ଵବିଦ୍ୟାଳୟର ଏନସିସି ମହିଳା ଅଫିସର କହିଛନ୍ତି, ବିନା ଅକ୍ସିଜେନ୍‌ରେ ପ୍ରତିକୂଳ ପରିବେଶ ସତ୍ତ୍ୱେ ସମସ୍ତଙ୍କୁ ପଛରେ ପକାଇ ହୀରା ଶୀର୍ଷରେ ପହଞ୍ଚିଥିଲେ । ୭ ହଜାର ମିଟର ଉଚ୍ଚରେ ଥିବା ଶୃଙ୍ଗ ଆରୋହଣ ଲାଗି ଯୋଗ୍ୟ ବିବେଚିତ ହୋଇଥିଲେ । ଏହି ସଫଳତା ପାଇଁ ହୀରାଙ୍କୁ, ନିମାସ୍‌ର କର୍ଣ୍ଣେଲ ରଣବୀର ସିଂ ଜମ୍ବାଲେ, ପ୍ରଶଂସା କରିବା ସହ ପୁରସ୍କାର ପ୍ରଦାନ କରିଛନ୍ତି ।

Related Articles

Back to top button