
ଭୁବନେଶ୍ୱର ,ରିଲାଏନ୍ସ ଜିଓ ନୂତନ ରିଚାର୍ଜ ପ୍ଲାନ ଘୋଷଣା କରିଛି। କମ୍ପାନୀ ହିରୋ ଆନୁଆଲ୍ ରିଚାର୍ଜ ନାମକ ଏହି ଯୋଜନା ଆରମ୍ଭ କରିଛି, ଯାହା ସମ୍ପୂର୍ଣ୍ଣ ୩୬୫ ଦିନର ବୈଧତା ପ୍ରଦାନ କରେ।
ଏଥିରେ ଅସୀମିତ ୫ଜି ଡାଟା, ପ୍ରତିଦିନ ୨.୫ ଜିବି ଡାଟା, ଅସୀମିତ କଲିଂ ଏବଂ ପ୍ରତିଦିନ ୧୦୦ଟି SMSର ସୁବିଧା ମଧ୍ୟ ପ୍ରଦାନ କରାଯାଏ।
ସୁପର ସେଲିବ୍ରେସନ୍ ନାମକ ଏହି ଯୋଜନା ୨୮ ଦିନ ସହ ଆସୁଛି । ଏହି ସମୟ ମଧ୍ୟରେ, ବ୍ୟବହାରକାରୀଙ୍କୁ ଅସୀମିତ ୫ଜି ଡାଟା, ପ୍ରତିଦିନ ୨ଜିବି ଡାଟା, ଅସୀମିତ ଭଏସ୍ କଲିଂ ଏବଂ ପ୍ରତିଦିନ ୧୦୦ଟି SMS ସୁବିଧା ପ୍ରଦାନ କରାଯାଏ।
JIO ପରି, ଏୟାରଟେଲ୍ ମଧ୍ୟ ୩୫୯୯ ଟଙ୍କାରେ ଏକ ବାର୍ଷିକ ପ୍ଲାନ୍ ପ୍ରଦାନ କରୁଛି। ଏୟାରଟେଲ୍ର ୩୫୯୯ ଟଙ୍କା ପ୍ଲାନରେ ୩୬୫ ଦିନର ବୈଧତା, ଅସୀମିତ କଲିଂ, ପ୍ରତିଦିନ ୧୦୦ SMS, ଅସୀମିତ ୫ଜି ଡାଟା ଏବଂ ପ୍ରତିଦିନ ୨ଜିବି ଡାଟା ପ୍ରଦାନ କରେ।




