ଅନ୍ୟାନ୍ୟଜାତୀୟ

ଜମୁନା ଏକ୍ସପ୍ରେସ ୱେରେ ବଡ଼ ଦୁର୍ଘଟଣା

ଭୁବନେଶ୍ୱର ,ଘନ କୁହୁଡ଼ି ଯୋଗୁ ଜମୁନା ଏକ୍ସପ୍ରେସ ୱେରେ, ୭ଟି ବସ ଓ ୩ଟି କାର ପରସ୍ପରକୁ ଧକ୍କା ଦେଇଥିଲେ । ମଥୁରା ନିକଟରେ ଏହି ଦୁର୍ଘଟଣା ହୋଇଛି । ,

କୁହୁଡ଼ି ଯୋଗୁ ଦୃଶ୍ୟମାନ ଦୂରତା କମିଯିବାରୁ, ଏଭଳି ଭୟଙ୍କର ଦୁର୍ଘଟଣା ହୋଇଥିବା କୁହାଯାଉଛି । ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା।

ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।  ଏକାଧିକ ଗାଡ଼ି ପରସ୍ପରକୁ ଧକ୍କା ଦେବାରୁ ଗାଡ଼ିରେ ନିଆଁ ଲାଗିଯାଇଥିଲା ।

ଏହି ଦୁର୍ଘଟଣାରେ ଅନେକ ଗାଡ଼ି ପୋଡ଼ି ପାଉଁଶ ହୋଇଯାଇଛି । ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଥିଲା ଅନେକ ଗାଡ଼ି ।

ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୨୫ ଗୁରୁତର ଆହତ ହୋଇଛନ୍ତି ।

Related Articles

Back to top button