Featuredଓଡ଼ିଶାଜାତୀୟ

ଭାରତକୁ ଶକ୍ତିଶାଳୀ କରୁଛି ଛାତ୍ରଶକ୍ତି : ମୋଦୀ , IIT ଭୁବନେଶ୍ୱର ନିର୍ମିତ ପୋର୍ଟେବଲ୍ ଭେଣ୍ଟିଲେଟରକୁ ପ୍ରଶଂସା

ଛାତ୍ରଶକ୍ତି ଭାରତକୁ ଶକ୍ତିଶାଳୀ କରୁଛି କହି ପ୍ରଧାନମନ୍ତ୍ର କହିଛନ୍ତି, ଭାରତକୁ ଶକ୍ତିଶାଳୀ କରିବାର ଆଧାର ହେଉଛି ଛାତ୍ରଶକ୍ତି। ଆଜିର ଯୁବାମାନେ ହିଁ ଆଗାମୀ ବର୍ଷମାନଙ୍କରେ ଭାରତକୁ ଏକ ଉନ୍ନତିର ଏକ ଅନନ୍ୟ ସ୍ତରକୁ ପହଞ୍ଚାଇବେ । ମନ କି ବାତ୍‌ର ୯୪ ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିବା ସହ ଦେଶର ଯୁବଶକ୍ତିକୁ ପ୍ରଶଂସା କରିଛନ୍ତି । ଛଠ୍‌ ମହୋତ୍ସବରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ଏହି ପର୍ବ ସ୍ବଚ୍ଛତା ଉପରେ ଗୁରୁତ୍ୱ ଦେଇଥାଏ। କିଷାନ କୁସୁମ ଯୋଜନା ବିଷୟରେ ଉଲ୍ଲେଖ କରି ସେ ସୌର ଶକ୍ତି ଏବଂ ମହାକାଶ କ୍ଷେତ୍ରରେ ଭାରତର ସଫଳତା ବିଷୟରେ ମଧ୍ୟ କହିଛନ୍ତି। ଗୁଜରାଟର ମୋଢ଼େରା ଗାଁର ଉଦାହରଣ ଦେଇଛନ୍ତି ଏବଂ କହିଛନ୍ତି ଯେ ଏହା ଦେଖି ଅନ୍ୟ ଗାଁର ଲୋକମାନେ ମୋତେ ସେମାନଙ୍କ ଗାଁକୁ ସୌର ଗ୍ରାମରେ ପରିଣତ କରିବାକୁ କହିଛନ୍ତି । ଭାରତୀୟ ମହାକାଶ ଗବେଷଣା ସଂଗଠନ ଭାରତକୁ ବିଶ୍ୱ ବାଣିଜ୍ୟ ବଜାରରେ ଏକ ଶକ୍ତିଶାଳୀ ସ୍ଥିତି ପ୍ରଦାନ କରିପାରିଛି। ଏପରି ଏକ ସମୟ ଥିଲା ଯେତେବେଳେ ଭାରତକୁ କ୍ରାୟୋଜେନିକ ଟେକ୍ନୋଲୋଜି ଦେବାକୁ ମନା କରାଯାଇଥିଲା। କିନ୍ତୁ ଭାରତ ନିଜେ ଏହି କାର୍ଯ୍ୟ କରିଛି ଏବଂ ଆଜି ଏହା ନିଜସ୍ବ ଟେକ୍ନୋଲୋଜି ସହିତ ଉପଗ୍ରହ ଉତକ୍ଷେପଣ କରୁଛି।
ସମଗ୍ର ବିଶ୍ୱ ଏହାର ଭବିଷ୍ୟତକୁ ସୌର ଶକ୍ତି ଉପରେ କେନ୍ଦ୍ରିତ କରିଛି। ବର୍ତ୍ତମାନ କୃଷକମାନେ ସୌର ଶକ୍ତିରୁ ରୋଜଗାର କରି ପାରୁଛନ୍ତି। ସେ ତାମିଲନାଡୁର କାଞ୍ଚିପୁରମର ଜଣେ କୃଷକ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଯିଏ ତାଙ୍କ ଫାର୍ମରେ ୧୦ ହର୍ସ ପାଓ୍ବାରର ଏକ ସୌର ପମ୍ପ ସେଟ ସ୍ଥାପନ କରିଛି । ସୌର ଶକ୍ତି ରୋଜଗାରର ନୂତନ ମାଧ୍ୟମ ପାଲଟିଥିବା ପ୍ରଧାନମନ୍ତ୍ରୀ
କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ‘ଆଇଆଇଟି-ଭୁବନେଶ୍ବର ଟିମ୍‌’ ଦ୍ୱାରା ନିର୍ମିତ ‘ପୋର୍ଟେବ୍ଲ୍ ଭେଣ୍ଟିଲେଟର୍‌’ ସମତପର୍କରେ ବର୍ଣ୍ଣନା କରିଛନ୍ତି । ନବଜାତକ ଶିଶୁ ଏବଂ ଦୂରଦୂାନ୍ତର ଅଞ୍ଚଳରେ ଅପରିପକ୍ବ ନବଜାତକମାନଙ୍କ ଜୀବନ ରକ୍ଷା କ୍ଷେତ୍ରରେ ଏହାକୁ ବ୍ୟବହାର କରାଯ୍ଧବ ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଲାଲ୍ କିଲା ଉପରୁ ମୁଁ ‘ଜୟ ଅନୁସନ୍ଧାନ’ ପାଇଁ ଆହ୍ବାନ ଦେଇଥିଲି। ଚଳିତ ଦଶନ୍ଧିକୁ ‘ଟେକାଡେ ଅଫ୍‌ ଇଣ୍ଡିଆ’ କରିବା ବିଷୟରେ ମଧ୍ୟ ମୁଁ ଆଲୋଚନା କରିଥିଲି। ଆମ ‘ଆଇଆଇଟି’ର ଛାତ୍ରମାନେ ମଧ୍ୟ ଏହା ଉପରେ ପ୍ରାଧନ୍ୟ ଜାହିର କରିଛନ୍ତି । ଯୁବାମାନଙ୍କ ପାଇଁ ମହାକାଶ କ୍ଷେତ୍ର ଉନ୍ମୁକ୍ତ ହେବା ପରେ ଏହି କ୍ଷେତ୍ରରେ ଆମୂଳଚୂଳ ପରିବର୍ତ୍ତନ ଆରମ୍ଭ ହୋଇଛି। ଏହି କ୍ଷେତ୍ରରେ ‘ଷ୍ଟାର୍ଟ-ଅପ୍‌’ ନବ ଉଦ୍‌ଭାବନ ଓ ପ୍ରଯୁକ୍ତିବିଦ୍ୟା ସୃଷ୍ଟି କରୁଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com