ନିଲାମ ତାଲିକାରେ ଅଛନ୍ତି ୩୬୯ ଜଣ ଖେଳାଳି ।

ଭୁବନେଶ୍ୱର ,B C C I ରାଜେଶ ମହାନ୍ତି ଓ ସ୍ୱସ୍ତିକ ସାମଲଙ୍କ ନାଁ ଯୋଡ଼ିଲା IPL ନିଲାମ ତାଲିକାରେ ।ଉଭୟଙ୍କ ବେସ୍ ପ୍ରାଇସ୍ ରହିଛି ୩୦ ଲକ୍ଷ ଟଙ୍କା । ନିଲାମ ତାଲିକାରେ ଅଛନ୍ତି ମୋଟ୍ ୩୬୯ ଜଣ ଖେଳାଳି ।I P L ନିଲାମୀରେ, ୫ ଖେଳାଳିଙ୍କ ଉପରେ ହେବ ଟଙ୍କା ବର୍ଷା ଅଷ୍ଟ୍ରେଲିଆନ ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନଙ୍କ ଉପରେ ସବୁଠାରୁ ଅଧିକ ଟଙ୍କା ଲାଗିପାରେ ।
ସେହିପରି ଭାରତୀୟ ଅଲରାଉଣ୍ଡର ଭେଙ୍କଟେଶ ଆୟରଙ୍କ ବେସ ପ୍ରାଇସ ମଧ୍ୟ, ୨ କୋଟି ଟଙ୍କା ରହିଛି ।ଭାରତୀୟ ସ୍ପିନର ରବି ବିଷ୍ଣୋଇଙ୍କ ବେସ ପ୍ରାଇସ ମଧ୍ୟ ୨ କୋଟି ଟଙ୍କା ରହିଛି । ଜୁନିୟର ବୋଲର ଭାବେ ପରିଚିଚ ମଥିସା ପଥିରାନା ଚେନ୍ନାଇରୁ ରିଲିଜ ହୋଇଛନ୍ତି । ଦକ୍ଷିଣ ଆଫ୍ରିକା ଖେଳାଳି ଡେଭିଡ ମିଲର ଲିଆମ୍ ଲିଭିଙ୍ଗଷ୍ଟୋନ୍ ଏବଂ ଷ୍ଟିଭ୍ ସ୍ମିଥ୍ ଙ୍କ ଉପରେ ମଧ୍ୟ ନଜର ରହିବ ।
ମୁମ୍ବାଇ ଇଣ୍ଡିଆନ୍ସ ପାଖରେ, ସବୁଠାରୁ କମ୍ ମାତ୍ର ୨ କୋଟି ୭୫ କୋଟି ଲକ୍ଷ ଟଙ୍କା ରହିଛି । ଚେନ୍ନାଇ ନିକଟରେ ୪୩ କୋଟି ୪୦ ଲକ୍ଷ ଟଙ୍କା ଅଛି । ୧୦ଟି ଦଳ ପାଇଁ ମୋଟ ୭୭ଟି ସ୍ଥାନ ଖାଲି ଅଛି, କିନ୍ତୁ ନିଲାମୀ ତାଲିକାରେ ୩୫୯ ଜଣ ଖେଳାଳିଙ୍କ ନାମ ରହିଛି ।




