ଅନ୍ତର୍ଜାତୀୟରାଜନୀତି

ସମ୍ମାନକୁ ଭାରତୀୟଙ୍କୁ ଉତ୍ସର୍ଗ କଲେ ପିଏମ୍ ମୋଦି

ଭୁବନେଶ୍ୱର ,ଜୋର୍ଡାନ ଗସ୍ତ ସାରି ଗତକାଲି ପ୍ରଧାନମନ୍ତ୍ରୀ ପହଞ୍ଚିଥିଲେ ଇଥିଓପିଆରେ। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏୟାରପୋର୍ଟରେ ନିଜେ ଇଥିଓପିଆ ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲ୍ଲୀ ପିଏମ୍ ମୋଦିଙ୍କୁ ସ୍ବାଗତ କରିଥିଲେ।

ନରେନ୍ଦ୍ର ମୋଦିଙ୍କୁ, ଇଥିଓପିଆର ସର୍ବୋଚ୍ଚ ନାଗରିକ ସମ୍ମାନ।ଦ ଗ୍ରେଟ୍ ଅନର୍ ନିଶାନ୍ ପ୍ରଦାନ କରିଛନ୍ତି ଇଥିଓପିଆ ପ୍ରଧାନମନ୍ତ୍ରୀ। ଏହି ସମ୍ମାନକୁ ଭାରତୀୟଙ୍କୁ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାକୁ ମିଶାଇ ସେ ୨୮ଟି ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ପିଏମ୍ ମୋଦି ତିନିଟି ପ୍ରମୁଖ୍ୟ କ୍ଷେତ୍ର ଖାଦ୍ୟ ଓ ସ୍ୱାସ୍ଥ୍ୟ ସୁରକ୍ଷା, କ୍ଷମତା ନିର୍ମାଣ ଏବଂ DPIର ରୂପରେଖା ପ୍ରଦାନ କରିଛନ୍ତି। ଏହି ଅବସରରରେ ଦୁଇ ଦେଶ ଭିତରେ ରାଜନୈତିକ, ଆର୍ଥିକ, ପ୍ରତିରକ୍ଷା, ବ୍ୟାପାର ଓ ନିବେଶ ଭଳି ୮ଟି ପ୍ରସଙ୍ଗରେ ପାରସ୍ପରିକ ସହମତି ହୋଇଛି।

Related Articles

Back to top button