
ଭୁବନେଶ୍ୱର ,ପଶ୍ଚିମବଙ୍ଗ କୋଲକାତା ସହର ନିକଟବର୍ତ୍ତୀ ଉତ୍ତର ୨୪ ପରଗନା ଜିଲ୍ଲାର New town ଅଞ୍ଚଳର ଏକ ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।
ନିଆଁ ଲାଗି ଜଳିଗଲା ଶହ ଶହ ଘର।
ଏହି ଅଗ୍ନିକାଣ୍ଡରେ, କୌଣସି ମୃତାହତର ଖବର ନାହିଁ।
ସମ୍ପୂର୍ଣ୍ଣ ବସ୍ତି ଭୟଙ୍କର ଅଗ୍ନିକାଣ୍ଡରେ ପାଉଁଶ ହୋଇଯାଇଛି।
ଏଯାଏଁ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।
୧୨ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।




