
ଭୁବନେଶ୍ୱର,ବ୍ରହ୍ମପୁର ସହରର କଳେବର ବଢ଼ିବାକୁ କେହି ଗୁରୁତ୍ବ ଦେଉନଥିଲେ। ବହୁଦିନର ଦାବିକୁ ବିଜେଡି, ଉପେକ୍ଷା କରୁଥିଲା। ଯଦିଓ ଗତ କିଛି ମାସ ହେଲା ତତ୍ପରତା ଆରମ୍ଭ ହୋଇଥିଲା, ତାହା କେବଳ କାଗଜକଲମରେ।
ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଗ୍ରେଟର୍ ବ୍ରହ୍ମପୁର’ ଘୋଷଣା କରିବା ସହ ତୁରନ୍ତ D P R ପ୍ରସ୍ତୁତ କରିବାକୁ, ନିର୍ଦ୍ଦେଶ ଦେଇଛନ୍ତି। ଦେଶର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସହର ପରି ବ୍ରହ୍ମପୁର ସହରର କଳେବର ବୃଦ୍ଧି ହେବ।
ଏହାକୁ ‘ଗ୍ରେଟର୍ ବ୍ରହ୍ମପୁର ସିଟି’ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।ଯୋଜନାବଦ୍ଧ ଭାବେ ସମସ୍ତ ମୌଳିକ ସେବା ଯୋଗାଇ ଦେବା ପାଇଁ, ସହରରେ ଟାଉନ୍ ପ୍ଲାନିଂ ବା ଟିପି ସ୍କିମ୍ ଲାଗୁ କରାଯିବ।
ଏଥିପାଇଁ ଆବଶ୍ୟକ D P R ପ୍ରସ୍ତୁତ କରିବାକୁ,ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଦୁଇଟି ଟିପି ସ୍କିମ୍ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି।
ଏହାଦ୍ବାରା ସହର ଉପକଣ୍ଠରେ, ଉନ୍ନତ ସହରୀ ଭିତ୍ତିଭୂମି ବିକାଶ ହେବା ସହିତ ଜମି ମାଲିକମାନେ ମଧ୍ୟ ,ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।




