
ଭୁବନେଶ୍ୱର,ବିଜେଡିର ଉତ୍ତରାଧିକାରୀ ଘୋଷଣା କରିବାକୁ ମନା କରିଦେଇଛନ୍ତି ନବୀନ।
ନାଁ ନନେଇ, ପାଣ୍ଡିଆନଙ୍କ ସମେତ ସୁଜାତା କାର୍ତ୍ତିକେୟନ, ବବି ଦାସ ଓ ଅନ୍ୟ ନେତାଙ୍କୁ ଶ୍ରୀମୟୀ ମାରିଛନ୍ତି ତେରେଚ୍ଛା ବାଣ।
ସେ ଲେଖିଛନ୍ତି, କିଏ ମଞ୍ଚ ସଜେଇଲା, କିଏ ସନ୍ନ୍ୟାସ ନେଲା ଆଉ କିଏ ଅନୁଗତ ହେବାର ନାଟକ କଲା। ହେଲେ ସବୁଜ ମୁକୁଟ କାହାର ହେବ ତାକୁ ନେଇ ଚାଲିଛି ଛକାପଞ୍ଝା। ଅର୍ଥାତ ପାଣ୍ଡିଆନ ସନ୍ନ୍ୟାସ ନେଇ ସାରିଥିବା କୁହାଯାଉଥିବା ବେଳେ, ସୁଜାତା କି ବବି କାହାକୁ ବି ନବୀନ ସବୁଜ ସଂକେତ ଦେଲେନାହିଁ।
ପ୍ରତିଷ୍ଠା ଦିବସ ଆଗରୁ ବିଜେଡିର ଉତ୍ତରାଧିକାରୀ ପ୍ରସଙ୍ଗରେ, ବଡ଼ ଖୁଲାସା କଲେ ଶ୍ରୀମୟୀ ମିଶ୍ର।
ସୋସିଆଲ୍ ମିଡିଆରେ ବ୍ୟଙ୍ଗ କବିତା ମାଧ୍ୟମରେ ତାତ୍ସଲ୍ୟ କରିଛନ୍ତି ଶ୍ରୀମୟୀ।
ଏନେଇ ବିଜେଡିର ପ୍ରିତିକ୍ରିୟା ମିଳିପାରିନି।




