
ଭୁବନେଶ୍ୱର, I M D ପୂର୍ବାନୁମାନ ଅନୁଯାୟୀ, ଖ୍ରୀଷ୍ଟମାସଠାରୁ ଶୁଖିଲା, ଥଣ୍ଡା ଉତ୍ତର-ପଶ୍ଚିମ ପବନ ବହିବା ସହିତ ରାଜଧାନୀର ତାପମାତ୍ରା ପୁଣି କମିବ।ମଙ୍ଗଳବାର ସର୍ବନିମ୍ନ ତାପମାତ୍ରା,ଭୁବନେଶ୍ୱର, ୧୧.୯ ଡିଗ୍ରି ସେଲସିୟସକୁ ଖସି ଆସିଛି। ଗତ ତିନି ଦିନ ମଧ୍ୟରେ, ରାଜଧାନୀ ତାପମାତ୍ରା ୩.୨ ଡିଗ୍ରି ସେଲସିୟସ ହ୍ରାସ ପାଇଛି। ଘନ କୁହୁଡ଼ି ଦୃଶ୍ୟମାନତାକୁ ହ୍ରାସ କରି ଦୈନନ୍ଦିନ କାର୍ଯ୍ୟକଳାପକୁ ପ୍ରଭାବିତ କରିପାରେ, ବୋଲି I M D ସତର୍କ ସୂଚନା ଜାରି କରିଛି।ଏହା ସହିତ ଘନ କୁହୁଡ଼ି ବଢ଼ିବ ବୋଲି ଆଇଏମଡି ପକ୍ଷରୁ, ପୂର୍ବାନୁମାନ କରାଯାଇଛି।ଡିସେମ୍ବର ୨୫ ରୁ ୨୭ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, କେଉଁଝର, ସମ୍ବଲପୁର ଏବଂ ସୋନପୁର ଭଳି ଜିଲ୍ଲାରେ ଘନ କୁହୁଡ଼ି ହେବ ବୋଲି ଆଇଏମଡି ସତର୍କ କରିଛି। ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଯଥେଷ୍ଟ କମ୍ ତାପମାତ୍ରା ଅନୁଭୂତ ହୋଇଛି, ଦାରିଙ୍ଗବାଡିରେ ୭ ଡିଗ୍ରି, ନବରଙ୍ଗପୁରରେ ୮ ଡିଗ୍ରି, ଫୁଲବାଣୀରେ ୮.୫ ଡିଗ୍ରି, ଝାରସୁଗୁଡାରେ ୯.୪ ଡିଗ୍ରି, ବୌଦ୍ଧରେ ୯.୫ ଡିଗ୍ରି, ଭୁବନେଶ୍ୱରରେ ୧୧.୯ ଡିଗ୍ରି ଏବଂ କଟକରେ ୧୨.୪ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।




