
ଭୁବନେଶ୍ୱର,ବାଲେଶ୍ଵର ଜିଲ୍ଲା ର ରେମୁଣା ବ୍ଳକର ,ରୋଗୀଙ୍କୁ ଔଷଧ ଦିଆନଯାଇ କେଉଁଠି ଅଳିଆ ଗଦାରେ ପିଙ୍ଗା ଯାଉଛି ତ ଆଉ କେଉଁଠି ପୋଡ଼ି ଦିଆଯାଉଛି ।
ଏଭଳି ଘଟଣା ସାମ୍ନାକୁ ଆସିବା ସ୍ଥାନୀୟ ଲୋକ ପ୍ରତିନିଧି ଓ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଅଳିଆ ପକାଇବା ପାଇଁ ଉଦ୍ଦିଷ୍ଟ ସ୍ଥାନରେ, ପେଟିପେଟି ଔଷଧ ପୋଡ଼ି ନଷ୍ଟ କରାଯାଇଛି ।
ରୋଗୀଙ୍କୁ ସରକାର ଯୋଗାଉଥିବା ଔଷଧ ରୋଗୀଙ୍କ ନିକଟରେ ପହଞ୍ଚୁ ନଥିବାର ଅଭିଯୋଗ ହୋଇଛି।
ରୋଗୀଙ୍କ ପାଇଁ ଆସିଥିବା ସରକାରୀ ଔଷଧ ଫିଙ୍ଗାଯିବା ସହ ପୋଡାଯାଇଛି ।ଏହି ଘଟଣାରେ ତଦନ୍ତ ଆରମ୍ଭ ହୋଇଛି ।
ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପ୍ରଭାତ ବେହେରାଙ୍କ ନିର୍ଦ୍ଦେଶରେ ବହାନଗା ମେଡିକାଲରେ ୬ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଥିବା ମେଡିକାଲ ସୁପରିଟେଣ୍ଡଣ୍ଟ ଧୀରେସ ଷଡଙ୍ଗୀ ସୂଚନା ଦେଇଛନ୍ତି ।




