
ଭୁବନେଶ୍ୱର ,ଆଜି ଚାନ୍ଦବାଲି ରେ ବନ୍ଦ ଡାକରା ଦେଇଛନ୍ତି ବିଜେଡି ଓ କଂଗ୍ରେସ । ଗତକାଲି ଚାନ୍ଦବାଲିରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୀଡ଼ିତାଙ୍କ ପରିବାରକୁ ଭେଟିଥିଲେ ରାଜ୍ୟ ଶିଶୁ ସୁରକ୍ଷା ଆୟାଗ ସଦସ୍ୟ।
ପରିବାର ଲୋକଙ୍କୁ ଭେଟିବା ସହ ଚାନ୍ଦବାଲି ଥାନା ପରିଦର୍ଶନ କରିଥିଲେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା ମନସ୍ମିତା ଖୁଣ୍ଟିଆ ଓ ଜିଲ୍ଲା
ଶିଶୁ ସୁରକ୍ଷା ଅଧିକାରୀ l ଏସପି ଓ ଥାନା ଅଧିକାରୀଙ୍କ ସହ ଦୁଷ୍କର୍ମ ଓ ହତ୍ୟା ନେଇ ଆଲୋଚନା କରିଥିଲେ ।
ଭଦ୍ରକ ଚାନ୍ଦବାଲିରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା କାଣ୍ଡ ଘଟଣାକୁ ନେଇ ତେଜିଛି ରାଜନୀତି ।
ଆଜି ଚାନ୍ଦବାଲି ବନ୍ଦ ଡାକରା ଦେଇଛନ୍ତି ବିଜେଡି ଓ କଂଗ୍ରେସ ।
ଏଣେ ମୁଖ୍ୟମନ୍ତ୍ରୀ ପୀଡ଼ିତାଙ୍କ ପରିବାକୁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି।
ସେପଟ ଏହି ଘଟଣା ପରେ ମୁଖ୍ୟ ଅଭିଯୁକ୍ତର ଘର ଭାଙ୍ଗିଛନ୍ତି ଉତ୍ତ୍ୟକ୍ତ ଲୋକେ।




