ଅନ୍ୟାନ୍ୟଐତିହ୍ୟ ଓ ସଂସ୍କୃତି
ରଙ୍ଗୀନ ଆଲୋକମାଳାରେ ଝଲସୁଛି ଚର୍ଚ୍ଚ

ଭୁବନେଶ୍ୱର ,ଆଜି ମହା ଆଡମ୍ବରରେ ବଡ଼ଦିନ ପାଳନ କରାଯାଉଛି । ରଙ୍ଗୀନ ଆଲୋକମାଳା ସାଙ୍ଗକୁ ଭଳିକି ଭଳି ଷ୍ଟାର, ଖ୍ରୀଷ୍ଟମାସ ଟ୍ରି, ସ୍ନୋ ବଲ, ବେଲୁନ୍ ଓ ତୋରଣରେ ଝଲସୁଛି ଚର୍ଚ୍ଚ।ବଡ଼ ଦିନ ପାଇଁ ମଧ୍ୟରାତ୍ରରେ ଧରାପୃଷ୍ଟକୁ ଆଗମନ କରିଛନ୍ତି ପ୍ରଭୁ ଯୀଶୁ।
ବାଇବେଲ ପାଠ ଓ ପ୍ରାର୍ଥନା ପରେ ସମସ୍ତେ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି ଖ୍ରୀଷ୍ଟଧର୍ମାବଲମ୍ବୀ। ଆରମ୍ଭ ହୋଇ ଯାଇଛି ଶୁଭେଚ୍ଛାର ପର୍ବ। ପରସ୍ପରକୁ ଆଲିଙ୍ଗନ କରି ବଡ ଦିନର ଶୁଭେଚ୍ଛା ଜଣାଉଛନ୍ତି। ବିଶ୍ୱାସ ଅଛି, ପ୍ରଭୁ ଶାନ୍ତି ଓ ପ୍ରେମର ବାର୍ତ୍ତା ନେଇ ଆସିଛନ୍ତି।
ଶ୍ରଦ୍ଧାଳୁମାନେ ଯୀଶୁଙ୍କ ପାଦ ଚୁମ୍ବନ କରି ଶ୍ରଦ୍ଧା ନିବେଦନ କରୁଛନ୍ତି। ରାଜ୍ୟର ବିଭିନ୍ନ ଚର୍ଚରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରଭୁଙ୍କ ଧରାବତଣକୁ ସ୍ବାଗତ କରାଯାଇଛି।
ଭୁବନେଶ୍ୱର, କଟକ, ରାଉରକେଲା, କନ୍ଧମାଳ ଆଦି ସ୍ଥାନରେ ଠିକ ମଧ୍ୟ ରାତିରେ ପ୍ରତୀକଧର୍ମୀ ଗୁହାଳ ଭିତରେ ମଦର ମେରିଙ୍କ ଗର୍ଭରୁ ଯୀଶୁ ଅବତରିଥିଲେ ।
ଏହାପରେ ସମସ୍ତେ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି।




