ଅନ୍ୟାନ୍ୟଓଡ଼ିଶା

ବାଉଁଶ ପୋଲ ସାଜିଛି ସାହାରା।

ଭୁବନେଶ୍ୱର ,ଉଦଳା ବ୍ଲକ ଏବଂ ଗୋପବନ୍ଧୁନଗର ବ୍ଲକ ମଧ୍ୟରେ ବାଧକ ସାଜିଛି ସୋନ ନଦୀ। ଆଉ ବାଉଁଶ ପୋଲ ସାଜିଛି ସାହାରା।  ବାରମ୍ବାର ବିଭାଗୀୟ ଅଧିକାରୀ ଆସି ମାପଚୁପ କରୁଛନ୍ତି ସତ, ହେଲେ ତାହାର କାଣିଚାଏ କାମ ଆଜି ପର୍ଯ୍ୟନ୍ତ ହୋଇ ନାହିଁ।

ଫଳରେ ଗ୍ରାମବାସୀ ନିଜ ଖର୍ଚ୍ଚରେ କରିଛନ୍ତି ଏହି ବାଉଁଶ ପୋଲ ଆଉ ତାହାରି ଉପରେ ବିପଦ ସଂକୁଳ ଅବସ୍ଥାରେ କରୁଛନ୍ତି ଯାତାୟାତ। ତଳେ ନଦୀ ପାଣିର ସୁଅ, ଆଉ ଉପରେ ବାଉଁଶ ପୋଲ। ତାହାରି ଉପରେ ଯାତାୟତ ଛୋଟ ପିଲା ଠାରୁ ବଡ଼ ମଣିଷ।

ଖାଲି ସେତିକି ନୁହେଁ ଏହାରି ଉପରେ ଯାଉଛି ସାଇକେଲ୍ ଆଉ ବାଇକ୍ ବି। କେତେବେଳେ କ’ଣ ଯେ ଘଟିବ ତାହା କହି ହେବନାହିଁ । ହେଲେ ଏହି ରାସ୍ତାରେ ନ ଗଲେ ଦୀର୍ଘ ୨୫ କିଲୋମିଟର ବୁଲିବାକୁ ପଡିବ। ଏଭଳି ଅବସ୍ଥାରେ ଯାତାୟାତ କରୁଛନ୍ତି ୪ଟି ପଞ୍ଚାୟତର ଲୋକେ।

ଏହି ନଦୀ ଉପରେ ପୋଲଟିଏ ପାଇଁ ଗ୍ରାମବାସୀ ବାରମ୍ବାର ଦାବି କରି ଆସୁଥିବା ବେଳେ, ୨୦୧୯ ମସିହାରେ ପୋଲ ନିର୍ମାଣ ହେବା ନେଇ ଦିଆଯାଇଥିଲା ଶୁଭ।

Related Articles

Back to top button