ଓଡ଼ିଶା

ହାଇକୋର୍ଟରେ ଗାଙ୍ଗପୁର ଆଇଆଇସି ମୃତ୍ୟୁ ମାମଲା, ସିବିଆଇ ତଦନ୍ତ ଦାବିରେ ଜନସ୍ବାର୍ଥ ମାମଲା

କଟକ() ହାଇକୋର୍ଟ ଗଲା ଗାଙ୍ଗପୁର ଥାନା ଆଇଆଇସି ମୃତ୍ୟୁ ମାମଲା ।ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର ହୋଇଛି । ଏହାସହିତ ମୃତ ଦେବ କୁମାର ଗମାଙ୍ଗଙ୍କ ପରିବାରକୁ କ୍ଷତିପୂରଣ ପାଇଁ ଦାବି ହୋଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ରୁଜୁ ହୋଇଛି ଜନସ୍ବାର୍ଥ ମାମଲା ।

ସେହିପରି ମାମଲାରେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ପକ୍ଷଭୁକ୍ତ କରାଯାଇଛି । ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ମାମଲା ରୁଜୁ କରିଛନ୍ତି । ଉକ୍ତ ମାମଲାରେ ଗୃହ ସଚିବ, କେନ୍ଦ୍ର ସରକାର, ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଗୃହ ବିଭାଗ ଓଡିଶା, ପୋଲିସ ମହା ନିର୍ଦ୍ଦେଶକ ( DGP POLICE ) ଓଡିଶା,  ଆରକ୍ଷୀ ଅଧିକ୍ଷକ ଗଞ୍ଜାମ, ଶ୍ରୀ ଶୁଭ୍ରାଂଶୁ ଶେଖର ମିଶ୍ର ସିଡିପିଓ ଭଞ୍ଜନଗର ଏବଂ ଶ୍ରୀ ଦିନେଶ କୁମାର ଦାଶ ଆଇଆଇସି ଭଞ୍ଜନଗରଙ୍କୁ ପକ୍ଷଭୁକ୍ତ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com