ଓଡ଼ିଶା

ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି ଅନୁଭବ ମହାନ୍ତି

ଏକ ବଡ଼ ବିବାଦର ଘଟିଛି ଅନ୍ତ । ଦୀର୍ଘ ଦିନ ଧରି ଚାଲିଥିଲା ଏହି ବିବାଦରେ ଏବେ ପୂର୍ଣ୍ଣଛେଦ ପକାଇଛନ୍ତି ନ୍ୟାୟାଳୟ । ହଁ ଆଜ୍ଞା । ବର୍ଷା ଓ ଅନୁଭବ ମହାନ୍ତିଙ୍କ ବିବାଦର ଅନ୍ତ ଘଟାଇଛି ନ୍ୟାୟାଳୟ । ଦୁହିଁଙ୍କ ଛାଡ଼ପତ୍ରକୁ ଅନୁମତି ଦେଇଛନ୍ତି ନ୍ୟାୟାଳୟ । ଯେଉଁଥିରେ ଅଭିନେତା ଅନୁଭବ ମହାନ୍ତି ବେଶ୍ ଖୁସି ଅଛନ୍ତି ବୋଲି ଜଣା ପଡିଛି ।

ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି ଅନୁଭବ ମହାନ୍ତି । ପ୍ରାୟ ୩ ବର୍ଷ ହେଲାଣି ଲାଗି ରହିଥିଲା ବର୍ଷା ଅନୁଭବ ବିବାଦ । ଆଗରୁ ଅନେକ ଦିନ ଧରି ଅନୁଭବ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ ମଧ୍ୟ ନ୍ୟାୟାଳୟ ତରଫରୁ ଅନୁମତି ମିଳୁପାରୁ ନ ଥିଲା । ଯେଉଁଥି ପାଇଁ ନିରାଶ ଥିଲେ ଅନୁଭବ ମହାନ୍ତି ।

 

ବର୍ଷାଙ୍କ ସହିତ ସମ୍ପୂର୍ଣ ବିଚ୍ଛେଦ ପରେ ନିଜ ଦ୍ଵିତୀୟ ବିବାହର ସୂଚନା ଦେଇଛନ୍ତି ଅନୁଭବ ମହାନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କ ବାପାଙ୍କ ଦେହ ବର୍ତ୍ତମାନ ଭଲ ନାହିଁ । ଯେଉଁଥି ପାଇଁ ସେ ଏହି ମୁହୂର୍ତ୍ତକୁ ଭଲ ଭାବେ ହୃଦୟଙ୍ଗମ କରି ପାରୁ ନାହାଁନ୍ତି । ତାଙ୍କ ବାପାଙ୍କ ଦେହ ଖରାପ ନେଇ ମାଆଙ୍କ ମନ ଭଲ ନାହିଁ ।

ସେ ନିଜ ଫ୍ୟାନ୍ସ ମାନଙ୍କୁ କହିଛନ୍ତି ଯେ ସେ ପୁଣି ଥରେ ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି । ଯେଉଁଥି ପାଇଁ ସେ ସମ୍ପୂର୍ଣ ପ୍ରସ୍ତୁତ ଅଛନ୍ତି । ତାଙ୍କ ବାପାଙ୍କ ଦେହ ଭଲ ହୋଇଗଲେ ସେ ଦ୍ଵିତୀୟ ବିବାହ ପ୍ରକ୍ରିୟା ଆରମ୍ଭ କରିବେ । ସେ କହିଛନ୍ତି ଶେଷରେ ନ୍ୟାୟର ଜୟ ହେଲା। ମୁଁ ପ୍ରଥମରୁ ସତ କହୁଥିଲି । ଯାହା ଏବେ ସମସ୍ତଙ୍କ ସାମ୍ନାରେ ।

ତେବେ ଅନୁଭବଙ୍କ ପାରିବାରିକ ବିବାଦ ଆରମ୍ଭ ପରେ ବର୍ଷା ଅନୁଭବଙ୍କ ଛଡ଼ା ଆଉ ଜଣଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା। ଆଉ ସେ ହେଉଛନ୍ତି ସାମ୍ବାଦିକା ଜାଗୃତି ଶୁକ୍ଳା। ବର୍ଷା ଅନୁଭବଙ୍କ ମଧ୍ୟରେ ସେ ଅନେକ ଥର ଅନୁଭବଙ୍କ ସାଥ୍ ଦେଇ ବର୍ଷାଙ୍କୁ ସମାଲୋଚନା ମଧ୍ୟ କରିଥିଲେ। ବର୍ଷା ଓ ଅନୁଭବଙ୍କ ସମ୍ପର୍କରେ ଫାଟ ସୃଷ୍ଟିର କାରଣ ଜାଗୃତି ବୋଲି ଚାରିଆଡ଼େ ଚର୍ଚ୍ଚା ହୋଇଥିଲା। ଉଭୟେ କେତେବେଳେ ରେଷ୍ଟୁରାଣ୍ଟରେ ନଜର ଆସୁଛନ୍ତି ତ କେତେବେଳେ କୌଣସି ପ୍ରୋଗ୍ରାମରେ ହେଉ କି ଫ୍ୟାମିଲି ପାର୍ଟିରେ ବି ଏହି ଦୁହିଁଙ୍କୁ ଦେଖିବାକୁ ମିଳୁଛି।

 

ତେବେ ଅନେକ ଥର ଜାଗୃତି ଅନୁଭବଙ୍କ ସହ ନଜର ଆସିଛନ୍ତି ଏମିତି କି ଅନୁଭବଙ୍କ ଭାଇ ଭାଉଜଙ୍କ ସହ ମଧ୍ୟ ଜାଗୃତି ବୁଲାବୁଲିର ଫଟୋ ଦେଖିବାକୁ ମିଳିଛି। ଅନୁଭବଙ୍କ ପ୍ରଶଂସକ ମାନେ ଜାଗୃତିଙ୍କ ପୋଷ୍ଟରେ ଭାଉଜ ଲେଖି ଅନୁଭବଙ୍କୁ କେବେ ବାହା ହେଉଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏବଂ ଲୋକଙ୍କ କହିବାନୁଯାୟୀ ବର୍ଷା ଙ୍କୁ ଛାଡିବା ପରେ ଅନୁଭବ ଜାଗୃତିଙ୍କୁ ହିଁ ବିବାହ କରିବେ। ବର୍ତମାନ ବର୍ଷା ପ୍ରିୟଦର୍ଶିନୀଙ୍କ ଠାରୁ ଛାଡପତ୍ର ନେବାକୁ ହାଇକୋର୍ଟ ଅନୁମତି ଦେବା ପରେ ଏହି କଥା ସତ ହେବ ବୋଲି ଚାରିଆଡ଼େ ଚର୍ଚ୍ଚା ଜୋର୍ ଧରିଲାଣି। ତେବେ ଦେଖିବାକୁ ବାକି ରହିଲା ଅନୁଭବ ଦ୍ୱିତୀୟ ବିବାହ କାହା ସହ କରୁଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com