
ଭୁବନେଶ୍ୱର,ଜୁନାଗଡ଼ ଠାରୁ ଭୁବନେଶ୍ୱର ଯାଉଥିବା ଭୁବନେଶ୍ବର ଏକ୍ସପ୍ରେସରେ ନିଆଁ।
ଗତକାଲି ମଧ୍ୟରାତ୍ରିରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଷ୍ଟେସନର, ୨୫ କିଲୋମିଟର ପୂର୍ବରୁ ପୋଣ୍ଡରୁ ଷ୍ଟେସନରେ ଏସ-୬ ସ୍ଲିପର ବଗିର ହଟ୍ ଏକ୍ସସେଲରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା।
ଜଣାପଡ଼ିବା ପରେ ଟ୍ରେନ ଯାତ୍ରୀମାନେ ଷ୍ଟେସନ ମାଷ୍ଟରଙ୍କୁ ଜଣାଇବା ସହ ଟ୍ରେନରେ, ଥିବା ଅଗ୍ନି ନିରାପତ୍ତା ବ୍ୟବସ୍ଥା ଏବଂ ପାଣି ପକାଇ ନିଆଁକୁ ଆୟତ୍ତ କରାଯାଇଥିଲା।
ଏକ ନୂତନ ବଗି ସେଥିରେ ସଂଯୋଗ କରିବା ପରେ ଟ୍ରେନ ୫ ଘଣ୍ଟା ବିଳମ୍ବରେ ସେଠାରୁ ଛାଡିଥିଲା।
ବିଳମ୍ବ ଯୋଗୁଁ ଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ଏହା ଦେଖି ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ।



