ଅନ୍ୟାନ୍ୟସ୍ୱାସ୍ଥ୍ୟ

ସକାଳୁ ୯ଟାରୁ ୧୧ଟା ଯାଏଁ ଓପିଡି ସେବା ବନ୍ଦ

 ଭୁବନେଶ୍ୱର,୧୪ ତାରିଖ ସୁଦ୍ଧା ସରକାର ଦାବି ଉପରେ କୌଣସି ପଦକ୍ଷେପ ନ ନେଲେ,ପରବର୍ତ୍ତୀ ସମୟରେ ଉଭୟ ସକାଳେ ଓ ଅପରାହ୍ଣରେ ଦୁଇ ଘଣ୍ଟାଏ ଲେଖାଏଁ ଓପିଡି ବନ୍ଦ କରିବାକୁ ଚେତାବନୀ ଦେଇଥିଲା, ଓମସା ।

ତେଜିଲା ଓମସା ଆନ୍ଦୋଳନ। ଆଉ ଘଣ୍ଟାଏ ନୁହେଁ, ଆଜିଠୁ ଦୁଇ ଘଣ୍ଟା ଓପିଡି ବନ୍ଦ।

ସକାଳ ୯ଟାରୁ ୧୧ଟା ଯାଏଁ ସରକାରୀ ଡାକ୍ତରଖାନାରେ ଓପିଡି ସେବା ବନ୍ଦ କରି, ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର।

ସେପଟେ ରାଜ୍ୟ ସରକାର ଡାକ୍ତରଙ୍କ ଦାବିର ତର୍ଜମା ପାଇଁ ଅନ୍ତଃବିଭାଗୀୟ କମିଟି ଗଠନ କରିଛନ୍ତି।

ଶୀଘ୍ର କମିଟିର ବୈଠକ ବସି ଏନେଇ ଆଲୋଚନା କରିବା ପରେ ରିପୋର୍ଟ ଦେବ ।

୧୦ ଦଫା ଦାବି ନେଇ ଓମସା ପକ୍ଷରୁ ଡିସେମ୍ବର ୨୬ ତାରିଖରୁ ଘଣ୍ଟିକିଆ ଓପିଡି ବନ୍ଦ କରାଯାଉଥିଲା ।

ଦାବି ପୂରଣ ନହେଲେ ଆଗକୁ ଆହୁରି ଜୋରଦାର ହେବ ଆନ୍ଦୋଳନ….

Related Articles

Back to top button