ଅନ୍ୟାନ୍ୟଓଡ଼ିଶା

ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଜବତ କରାଯାଇଛି ଘିଅ ।

ଭୁବନେଶ୍ୱର,ଶ୍ରୀମନ୍ଦିର ମଧ୍ୟକୁ ଓମଫେଡ ଘିଅ ବ୍ୟତୀତ ଯେପରି ଅନ୍ୟ କୌଣସି ଘିଅ ପ୍ରବେଶ ନକରେ ସେଥିପ୍ରତି ପଦକ୍ଷେପ ନେବାକୁ ପୂର୍ବରୁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେବା ସହ ତଦନୁସାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁଆର ମହାସୁଆର ନିଯୋଗାକୁ ଅବଗତ କରାଯାଇଥିଲା । ଏହାସହ ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜର ଏବଂ ଶ୍ରୀମନ୍ଦିର କମାଣ୍ଡରଙ୍କୁ ଏଥିପ୍ରତି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିରେ କୌଣସି ବ୍ୟତିକ୍ରମ ବରଦାସ୍ତ କରାଯିବ ନାହିଁ, ବାହାର ଖୋଲା ଘିଅ ବା ଛାପା ଘିଅ ଶ୍ରୀମନ୍ଦିର ପରିସରକୁ ନେବାକୁ ଉଦ୍ୟମ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ ସତର୍କ କରାଇଥିଲେ । ଶ୍ରୀମନ୍ଦିର ପରିସରକୁ ଅଧିକୃତ ଓମଫେଡ ଘିଅ ବଦଳରେ ବାହାରୁ ଅନ୍ୟ ଖୋଲା ଘିଅ ବାହାର ଲୋକଙ୍କ ଦ୍ୱାରା ନିଆଯାଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଏହାକୁ ଜବତ କରାଯାଇଛି । ଏନେଇ ସୁଆର ମହାସୁଆର ନିଯୋଗକୁ ସୂଚିତ କଲା ଶ୍ରୀମନ୍ଦିର ପ୍ରଶାସନ । ପୁରୀ ବୀର ହରେକୃଷ୍ଣପୁରର ଶ୍ରୀରବୀନ୍ଦ୍ର ବାରିକ ଏବଂ ଶ୍ରୀଜମେଶ୍ୱର ସୁଆରଙ୍କୁ ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ କ୍ରମେ ଏହାର ସନ୍ତୋଷଜନକ ଉତ୍ତର ରଖିବାକୁ ସାତ ଦିନିଆ ନୋଟିସ୍ ଜାରୀ କରାଯାଇଛି।

Related Articles

Back to top button