ଭେନେଜୁଏଲାରେ ସଫଳ ଅପରେସନ

ଭୁବନେଶ୍ୱର ,ଭେନେଜୁଏଲାରେ ଆମେରିକା ସେନା କିପରି ‘ଅପରେସନ୍ ଏବ୍ସୋଲ୍ୟୁଟ୍ ରିଜଲଭ’ ଅରମ୍ଭ କରିଥିଲା ତାହାର ପୁରା କାହାଣୀ ବର୍ଣ୍ଣନା କରିଛନ୍ତି ନିଜେ ରାଷ୍ଟ୍ରପତି ଟ୍ରମ୍ପ । ସେ କହିଥିଲେ ଯେ ଅପରେସନ ଆରମ୍ଭ ହେବା ପୂର୍ବରୁ, ସାରା ଭେନେଜୁଏଲାରେ ବିଦ୍ୟୁତ୍ ସଂଯୋଗ କାଟି ଦିଆଯାଇଥିଲା। ସମ୍ପୂର୍ଣ୍ଣ ବିଦ୍ୟୁତ୍ ବନ୍ଦ ଏବଂ ବ୍ଲାକଆଉଟ୍ କାର୍ଯ୍ୟକାରୀ କରାଯାଇଥିଲା। ତା’ପରେ, ୧୫୦ଟି ଆମେରିକୀୟ ସାମରିକ ଯୁଦ୍ଧ ବିମାନ ଭେନେଜୁଏଲାରେ ପ୍ରବେଶ କରିଥିଲେ। ପୂର୍ବ-ନିର୍ଦ୍ଧାରିତ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିବା ପରେ, ସେମାନେ ନିକୋଲାସ୍ ମାଦୁରୋଙ୍କ ଘରେ ପହଞ୍ଚି ତାଙ୍କୁ ଗିରଫ କରିଥିଲେ।ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁରା ଘଟଣାବଳୀକୁ ବାଖ୍ୟା କରିଛନ୍ତି ।ଯୁଦ୍ଧ ବିମାନଗୁଡ଼ିକ ଉପରେ ଉଡୁଥିଲେ ଏବଂ ବିସ୍ଫୋରଣ ହେଉଥିଲା, ତେଣୁ ଲୋକମାନେ ଭୟରେ ଘରୁ ବାହାରକୁ ଆସୁନଥିଲେ। ତେଣୁ କୌଣସି କ୍ଷତି ହୋଇନଥିଲା। ଯୁଦ୍ଧ ବିମାନଗୁଡ଼ିକ ଆକାଶରେ ଥିଲେ, ଏବଂ ଭୂମିରେ, ସାମରିକ କର୍ମଚାରୀମାନେ ରାସ୍ତା ସଫା କରି ମାଦୁରୋଙ୍କ ବାସଭବନ ଆଡ଼କୁ ଅଗ୍ରସର ହୋଇଥିଲେ । ଆମେରିକୀୟ ସେନାକୁ ଆବାସିକ ଅଞ୍ଚଳ କିମ୍ବା ସାଧାରଣ ଲୋକଙ୍କୁ ଟାର୍ଗେଟ ନକରିବାକୁ ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ଦିଆଯାଇଥିଲା।




