
ସମ୍ବଲପୁର, ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
କଟକ ଓ ଦେବଗଡ ଜିଲ୍ଲା କୋର୍ଟକୁ ଇ-ମେଲରେ ବୋମା ଧମକ ପରେ, ଆଜି ସଂନ୍ଧ୍ୟାରେ, ଏ ସମ୍ପର୍କରେ ବସୁଛି ଏହି ବୈଠକ ।
ଏନେଇ ସମ୍ପୂର୍ଣ୍ଣ ସମୀକ୍ଷା କରାଯିବ।
ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏଥିସହ ଉଚ୍ଚପଦସ୍ତ ଅଧିକାରୀଙ୍କୁ ପଠାଇ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ବୋମା ଧମକ ଆସିବା ପରେ ମୁଖ୍ୟମନ୍ତ୍ରୀ ,ଏନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।
ଘଟଣାର ତଦନ୍ତ କରି ସତ୍ୟାସତ୍ୟ ବାହାର କରିବା ସହ ଏଥିରେ ସମ୍ପୃକ୍ତ ଅପରାଧୀଙ୍କୁ ଖୋଜି ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।




