
ଭୁବନେଶ୍ୱର , କଳିଙ୍ଗ ସ୍ଟୁଡିଓ ଛକରେ ଜଳିଗଲା ଆମ ବସ।
କଳିଙ୍ଗ ଷ୍ଟୁଡ଼ିଓ ଛକ ପାଖ ବସ ଷ୍ଟପରେ ଛିଡ଼ା ହୋଇଥିବା ବେଳେ ହଠାତ ଧୂଆଁ ବାହାରିଥିଲା।
ଧୂଆଁ ଦେଖି ଯାତ୍ରୀ ଭୟଭୀତ ହୋଇଯାଇଥିଲେ। ଆଜି ସକାଳ ୬ଟା ୩୦ରେ ପ୍ରଥମେ ବସ୍ର ବ୍ୟାଟେରୀରୁ ଧୂଆଁ ବାହାରିଥିଲା।
ଡ୍ରାଇଭର ଜଣକ ଅଗ୍ନି ନିର୍ବାପକରେ ଲିଭାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ନିଆଁ ଲିଭି ନଥିଲା। ବସରେ ୫ରୁ ଅଧିକ ଯାତ୍ରୀ ଥିଲେ।
ଧୂଆଁ ଦେଖି ଓହ୍ଲାଇ ପଡିଥିଲେ। ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ଘଟଣାସ୍ଥଳରେ ଭରତପୁର ଥାନା ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ।
ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି।




