ଅନ୍ତର୍ଜାତୀୟବିଜ୍ଞାନ ଓ ପ୍ରଯୁକ୍ତି

ବୃହସ୍ପତି ଶନିବାରଠାରୁ ଆକାଶରେ ଅଧିକ ବଡ଼ ଓ ଉଜ୍ଜ୍ୱଳ ଦେଖାଯିବେ।

 ଭୁବନେଶ୍ୱର , ଆଜିଠାରୁ ସୌରଜଗତର ସବୁଠାରୁ ବଡ଼ ଗ୍ରହ ବୃହସ୍ପତି ଆକାଶରେ, ଅଧିକ ବଡ଼ ଓ ଉଜ୍ଜ୍ୱଳ ଦେଖାଯିବେ। ମହାକାଶରେ ପୃଥିବୀ, ସୂର୍ଯ୍ୟ ଏବଂ ବୃହସ୍ପତି ଏକ ସରଳରେଖାରେ ଖୁବ୍‌ ନିକଟରେ ରହିବେ।

ଏହି ବିରଳ ଓ ଚମତ୍କାର ଦୃଶ୍ୟକୁ ଖାଲି ଆଖିରେ ଦେଖିହେବ ବୋଲି ଜନବିଜ୍ଞାନୀ ଡ. ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।
ବୃହସ୍ପତିକୁ ଚିହ୍ନଟ କରିବା ଅତ୍ୟନ୍ତ ସହଜ।

ତାରାପରି ବୃହସ୍ପତି ଝିଲ୍‌ମିଲ୍‌ କରେ ନାହିଁ, ବରଂ ଏକ ସ୍ଥିର, ଉଜ୍ଜ୍ୱଳ ହଳଦିଆ-ଧଳା ଆଲୋକ ବିନ୍ଦୁ ଭାବେ ଦେଖାଯାଏ।

ଶନିବାରଠାରୁ ସୂର୍ଯ୍ୟାସ୍ତ ପରେ ପୂର୍ବ ଆକାଶରେ ଏହାକୁ ଦେଖିବାକୁ ମିଳିବ। ରାତି ବଢ଼ିବା ସହିତ ବୃହସ୍ପତି ଉପରକୁ ଗତି କରି ମଧ୍ୟରାତ୍ରି ବେଳକୁ ମୁଣ୍ଡ ଉପରେ ଆକାଶର ସବୁଠାରୁ ଉଜ୍ଜ୍ୱଳ ବସ୍ତୁ ହେବ।

ବୃହସ୍ପତିକୁ ଦେଖିବା ପାଇଁ କୌଣସି ଦୂରବୀକ୍ଷଣ ଆବଶ୍ୟକ ନାହିଁ। ତଥାପି ଏକ ଛୋଟ ଦୂରବୀକ୍ଷଣ ବା ବଡ ବାଇନାକୁଲାରରେ ଏହାର ଚାରିଟି ବୃହତ୍‌ ଚନ୍ଦ୍ର – ଆୟୋ, ୟୁରୋପା, ଗାନିମିଡ ଏବଂ କାଲିଷ୍ଟୋ ଦେଖାଯାଇପାରିବ।

ବୃହସ୍ପତି ପୃଥିବୀ କକ୍ଷପଥ ବାହାରେ ସୂର୍ଯ୍ୟଠାରୁ ପ୍ରାୟ ୭୮ କୋଟି କି.ମି. ଓ ପୃଥିବୀଠାରୁ ମାତ୍ର ୧୫ କୋଟି କି.ମି. ଦୂରରେ ବୁଲୁଛି। ବୃହସ୍ପତି ପ୍ରତି ୧୩ ମାସରେ ଥରେ ପୃଥିବୀର ନିକଟତର ହୋଇଥାଏ। ସେହି ସମୟରେ ବୃହସ୍ପତି ରାତି ଆକାଶରେ ଉଜ୍ଜ୍ୱଳ ଦେଖାଯାଏ।

Related Articles

Back to top button