ଅନ୍ତର୍ଜାତୀୟବାଣିଜ୍ୟ
ଟ୍ରମ୍ପଙ୍କ ବଡ଼ ଘୋଷଣା

ଭୁବନେଶ୍ୱର ,ପୁରା ବିଶ୍ବକୁ ତେଲ ବିକିବ ଆମେରିକା। ପ୍ରାୟ ୫ କୋଟି ବ୍ୟାରେଲ ତୈଳ ବିକ୍ରି କରିବ ଆମେରିକା।
ଭାରତକୁ ମଧ୍ୟ ଭେନେଜୁଏଲାରୁ ତୈଳ କ୍ରୟ କରିବାକୁ ଅନୁମତି ମଳିବା ନେଇ ହ୍ବାଇଟ ହାଉସରୁ ସଂକେତ ମିଳିଛି ।
ଭେନେଜୁଏଲାର ତୈଳ ଉତ୍ପାଦନ ବୃଦ୍ଧି ପାଇଁ ଆମେରିକୀୟ ତୈଳ କମ୍ପାନୀଗୁଡ଼ିକ ମୁଖ୍ୟଙ୍କ ସହ ବୈଠକରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହା କହିଛନ୍ତି । କେଉଁ କମ୍ପାନୀଗୁଡ଼ିକ ଭେନେଜୁଏଲାକୁ ଯିବେ ସେ ବିଷୟରେ ଆମେ ନିଷ୍ପତ୍ତି ନେବୁ କହିଛନ୍ତି ଟ୍ରମ୍ପ ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ‘ଭେନେଜୁଏଲା ମଧ୍ୟ ରାଜି ହୋଇଛି ଆମେରିକା ତୁରନ୍ତ ୫୦ ନିୟୁତ ବ୍ୟାରେଲ ପର୍ଯ୍ୟନ୍ତ ଅଶୋଧିତ ତେଲ ବିଶୋଧନ ଏବଂ ବିକ୍ରୟ ଆରମ୍ଭ କରିବ ।
ଏଥିସହ ଭେନେଜୁଏଲାରେ ତୈଳ କମ୍ପାନୀଗୁଡ଼ିକୁ ‘ସମ୍ପୂର୍ଣ୍ଣ ସୁରକ୍ଷା’ ପ୍ରତିଶ୍ରୁତି ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ।




