ଜାତୀୟରାଜନୀତି

ତେଲେଙ୍ଗାନାରେ ଆସିବାକୁ ଯାଉଛି କଡ଼ା ନିୟମ

 ଭୁବନେଶ୍ୱର,କେହି ନିଜ ବାପାମାଆଙ୍କ କଥା ନ ବୁଝିଲେ କିମ୍ବା ତାଙ୍କୁ ହଇରାଣ କରୁଥିବା ଜଣାପଡିଲେ, ତାଙ୍କର ଦରମା କଟିବ । ପ୍ରତିମାସରେ ୧୦ ପ୍ରତିଶତ ଦରମା କାଟିଦେବେ ସରକାର ।

ଖୁବଶୀଘ୍ର ତେଲେଙ୍ଗାନାରେ ଆସିବାକୁ ଯାଉଛି ଏମିତି କଡ଼ା ନିୟମ ।

ହାଇଦ୍ରାବାଦର ଏକ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି, ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ।

ଯଦି କେହି ସରକାରୀ ଚାକିରି କରିଛନ୍ତି ।

ହେଲେ ନିଜ ବାପାମାଆଙ୍କୁ ଅବହେଳା କରୁଥିବା ଓ ତାଙ୍କର ଯତ୍ନ ନେଉନଥିବା ଅଭିଯୋଗ ହେଉଛି, ତାହେଲେ କର୍ମଚାରୀଙ୍କ ମାସିକ ଦରମାରୁ ୧୦ ପ୍ରତିଶତ କଟାଯିବ ।

ଗରିବ, ମଧ୍ୟବିତ୍ତ ପରିବାରରେ ବାପମାଆ ପିଲାଙ୍କ ପାଠପଢା, ଚାକିରି ପାଇଁ ବହୁତ କିଛି ତ୍ୟାଗ କରିଥାନ୍ତି ।

ହେଲେ ପିଲା ଚାକିରି ପାଇବା ପରେ ବାପାମାଆଙ୍କୁ, ଅବହେଳା କରନ୍ତି ।

ବୃଦ୍ଧାଶ୍ରମରେ ଛାଡି ଆସନ୍ତି । ତେଣୁ ବୃଦ୍ଧା ବାପାମାଆଙ୍କୁ ସମ୍ମାନ ଓ ସୁରକ୍ଷା ପାଇଁ ଏମିତି ପଦକ୍ଷେପ ନେଇଛନ୍ତି, ରେବନ୍ତ ରେଡ୍ଡୀ ସରକାର ।

Related Articles

Back to top button