ଓଡ଼ିଶାଜାତୀୟବାଣିଜ୍ୟ

ଯାତ୍ରୀ ପରିବହନ କ୍ଷେତ୍ରରେ ରେକର୍ଡ କଲା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ, ୨୦୨୫ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ସର୍ବକାଳୀନ ରେକର୍ଡ କରିଛି । ଗତବର୍ଷ ୫୧ ଲକ୍ଷ ୫୨ ହଜାର ୭୬୫ ଯାତ୍ରୀ ଯାତାୟାତ କରିଛନ୍ତି । ପୂର୍ବ ବର୍ଷଗୁଡ଼ିକରେ ରାଜ୍ୟରେ ଏତେ ସଂଖ୍ୟାରେ ଲୋକ ବିମାନରେ ଯାତାୟାତ କରୁ ନଥିଲେ । ବିଜୁ ପଟ୍ଟନାୟକ ବିମାନ ବନ୍ଦର ଯାତ୍ରୀ ପରିବହନ କ୍ଷେତ୍ରରେ ଦେଶରେ ୧୩ତମ ସ୍ଥାନରେ ରହିଛି । ବର୍ତ୍ତମାନ ଏଠାରୁ ଦେଶ ଓ ବିଦେଶର ମୋଟ ୨୮ଟି ସହରକୁ ବିମାନ ଉଡ଼ାଣ କରୁଛି। ୭କୋଟି ଯାତ୍ରୀଙ୍କ ଯାତାୟାତ ସହ ଦିଲ୍ଲୀ ବିମାନ ବନ୍ଦର ଦେଶରେ ଶୀର୍ଷରେ ରହିଛି।

୨୦୨୫ରେ ମୋଟ ୩୮, ୫୪୭ଟି ବିମାନ ଉଡ଼ାଣ ଓ ଅବତରଣ କରିଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୨୦୨୫ ଜାନୁଆରୀରେ ଏଠାରୁ ୪, ୫୦, ୫୯୬ ଯାତ୍ରୀ ଯାତାୟାତ କରିଥିବା ବେଳେ ୩, ୨୦୯ଟି ବିମାନ ଉଡ଼ାଣ ଓ ଅବତରଣ କରିଥିଲା। ଫେବୃଆରୀରେ ୪, ୨୬, ୦୨୦ ଜଣ ଯାତାୟାତ କରିଥିବାବେଳେ ୩, ୦୭୭ଟି ବିମାନ ଉଡ଼ାଣ ଓ ଅବତରଣ କରିଥିଲା । ମାର୍ଚ୍ଚରେ ୪, ୫୪, ୦୮୨ ଜଣ ବିମାନ ଦ୍ବାରା ଯାତ୍ରା କରିଥିଲେ । ଏହି ମାସରେ ଉଡ଼ାଣ ଓ ଅବତରଣ କରିଥିଲା ୩, ୩୯୩ଟି ବିମାନ। ସେହିପରି ଏପ୍ରିଲରେ ୪, ୫୭, ୦୭୨ ଯାତ୍ରୀ ଯାତାୟାତ କରିଥିବା ବେଳେ ଯିବା ଆସିବା କରିଥିଲା ୩, ୪୪୬ଟି ବିମାନ। ମେ’ରେ ୪, ୬୮, ୯୫୫ ଯାତ୍ରୀ ଯାତାୟାତ କରିଥିବା ବେଳେ ୩, ୫୭୮ ବିମାନ ଉଡ଼ାଣ ଓ ଅବତରଣ କରିଥିଲା । ଜୁନରେ ୩, ୩୬୫ଟି ବିମାନରେ ଯିବା ଆସିବା କରିଥିଲେ ୪, ୩୮, ୦୩୬ ଯାତ୍ରୀ । ଜୁଲାଇରେ ଏଠାରୁ ୩, ୬୭, ୭୧୯ ଯାତ୍ରୀଙ୍କୁ ନେବା ଆଣିବା କରିଥିଲା ୩, ୦୨୬ଟି ବିମାନ ।

ସେହିଭଳି ଅଗଷ୍ଟରେ ୨, ୯୯୯ଟି ବିମାନରେ ଯିବା ଆସିବା କରିଥିଲେ ୩, ୯୦, ୧୬୪ ଯାତ୍ରୀ । ସେପ୍ଟେମ୍ବରରେ ୩, ୦୦୪ଟି ବିମାନ ଉଡ଼ାଣ କରିଥିଲା ଏବଂ ଯାତ୍ରା କରିଥିଲେ ୩, ୭୯, ୯୬୮ ଜଣ। ଅକ୍ଟୋବରରେ ୪, ୨୭, ୪୩୦ ଜଣ ଯିବା ଆସିବା କରିଥିବାବେଳେ ଉଡ଼ାଣ ଓ ଅବତରଣ କରିଥିଲା ୩, ୧୬୧ଟି ବିମାନ । ନଭେମ୍ବରରେ ୩, ୧୬୮ଟି ବିମାନରେ ଯିବା ଆସିବା କରିଥିଲେ ୪, ୪୮, ୫୩୫ ଯାତ୍ରୀ । ସେହିପରି ଡିସେମ୍ବରରେ ୩, ୧୨୧ଟି ବିମାନ ଉଡ଼ାଣ କରିଥିବା ବେଳେ ୪, ୪୪, ୧୯୧ ଜଣ ଯାତାୟାତ କରିଥିଲେ । ତେବେ ଭୁବନେଶ୍ୱର ବିମାନ ବନ୍ଦରରୁ ଏତେ ସଂଖ୍ୟକ ଯାତ୍ରୀ ଯିବା ଆସିବା କରିବା ରାଜ୍ୟ ପାଇଁ ଏକ ଶୁଭ ଖବର ।

 

Related Articles

Back to top button