ଓଡ଼ିଶାଭାଇରାଲ୍ ଭିଡିଓ

ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ ।

ଭୁବନେଶ୍ୱର,ଶ୍ରୀମନ୍ଦିର ଭିତରକୁ ପୁଣି ଗଲା ମୋବାଇଲ ଫୋନ୍‌ ।

ଆନନ୍ଦବଜାରରେ ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି ଫୋନରେ ଗପିବାର ଭିଡ଼ିଓ ଭାଇରାଲ ହୋଇଛି ।

ଶ୍ରୀମନ୍ଦିରକୁ ପ୍ରବେଶ ବେଳେ ମୋବାଇଲ ବାରଣ କରାଯାଇଛି ।

ହେଲେ ବାରମ୍ବାର ଫୋନ୍‌ ଭିତରକୁ ଯାଉଛି, ଏବଂ ଫଟୋ ଓ ଭିଡ଼ିଓ ଭାଇରାଲ ହେଉଛି ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଉଥିବା କୁହାଯାଉଥିବା ବେଳେ ବାରମ୍ବାର କିନ୍ତୁ ଏଭଳି ବିଭ୍ରାଟ ଦେଖିବାକୁ ମିଳୁଛି ।

ଏହି ଘଟଣାର ତଦନ୍ତ ଚାଲିଛି ।

Related Articles

Back to top button