
ମୋବାଇଲ ନ୍ୟୁଜ 24×7 ବ୍ୟୁରୋ, ନିପା ଭୁତାଣୁକୁ ନେଇ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ନିପା ଭୁତାଣୁକୁ ନେଇ ରାଜ୍ୟବାସୀ ଆଦୌ ଭୟଭୀତ ନହେବାକୁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି, ଟେକ୍ନିକାଲ ଟିମ ଗଠନ ହେବା ସହିତ ପଶ୍ଚିମବଙ୍ଗ ସୀମାବର୍ତ୍ତି ଜିଲ୍ଲା ଓ ପ୍ରମୁଖ ସହରରେ ସର୍ଭେଲାନ୍ସ ବଢ଼ାଇ ଦିଆ ଯାଇଛି । ଏଯାଏ ଭୁତାଣୁ ଓଡ଼ିଶାରେ ଚିହ୍ନଟ ହୋଇନାହିଁ । ଏଭଳି ମାମଲା ସାମ୍ନାକୁ ଆସିଲେ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ଗୁରୁବାର ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ପୁରୁଣା ମାର୍ଗଦର୍ଶିକା ପାଳନ ପାଇଁ ପରାମର୍ଶ ଦେଇଥିଲେ ।




