Featuredଓଡ଼ିଶାରାଜନୀତି

ମହିଳା ପୋଲିସ ଅଧିକାରୀଙ୍କୁ ଧକ୍କା ମାରିବା ଘଟଣା, ସର୍କିଟ ହାଉସ ଘେରିଲେ ବିଜେଡି

ଭୁବନେଶ୍ୱର: ଡ୍ୟୁଟିରେ ଥିବା ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଧକ୍କା ମାରିବା ଘଟଣାରେ ଗିରଫ ହେବେକି ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାଣ ମିଶ୍ର। ମହିଳା ପୋଲିସ ଅଧିକାରୀ ଟାଉନ ଥାନାରେ ଏତଲା ଦେବା ପରେ ଗିରଫ ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି । ଆଜି ସମ୍ବଲପୁର ବିଜେଡ଼ି ପକ୍ଷରୁ ଜୟନାରାୟଣ ରହୁଥିବା ସର୍କିଟ ହାଉସ ଘେରାଉ କରିଥିଲେ ବିଜେଡ଼ି କର୍ମୀ। ଏହା ସହ ଜୟନାରାୟଣ ତୁରନ୍ତ ବିଧାୟକ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ବିଜେଡ଼ି କର୍ମୀମାନେ ନାରାବାଜି କରିଥିଲେ।

ସେପଟେ କିନ୍ତୁ ରୋକଠୋକ ଜବାବ ରଖିଛନ୍ତି ଜୟନାରାୟଣ, ସେ କହିଛନ୍ତି ନବ ଦାସ ହତ୍ୟାକାଣ୍ଡରେ ଗୃହମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ତାଙ୍କୁ ନବ ଦାସ ଭଳି ହତ୍ୟା କରିବାକୁ ଯୋଜନା କରୁଛି ଶାସକ ଦଳ ବୋଲି କହିଛନ୍ତି।

ମହିଳା ପୋଲିସ ଅଧିକାରୀଙ୍କ ଅଭିଯୋଗ ଓ ବିରୋଧୀ ଦଳ ନେତାଙ୍କ ପାଲଟା ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ଟାଉନ ଥାନା ପୋଲିସ । କାର୍ଯ୍ୟାନୁଷ୍ଠାନ ପାଇଁ DG ଙ୍କୁ ମଧ୍ୟ ପତ୍ର ଲେଖିଛି ସମ୍ବଲପୁର ମହିଳା ପୋଲିସ ଅଫିସର ସଂଘ। ଉତ୍ତରାଞ୍ଚଳ IG କହିଛନ୍ତି ଉଭୟଙ୍କ ଏତଲା ପରେ ଘଟଣାର ତଦନ୍ତ ଚାଲିଛି ,ତଦନ୍ତ ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

Related Articles

Back to top button
WP Twitter Auto Publish Powered By : XYZScripts.com